ଓଡ଼ିଶା ରାଜନୀତି ପାଇଁ ଏନ୍ତୁଡ଼ିଶାଳ ସାଜିଛି ଭଦ୍ରକ ମାଟି, ଭଦ୍ରକ ସାଂସ୍କୃତିକ ମହୋତ୍ସବର ସାରସ୍ୱତ ସନ୍ଧ୍ୟା
ଭଦ୍ରକ, ୫ ଜାନୁଆରୀ (ହି.ସ.) - ଓଡ଼ିଶା ରାଜନୀତି ପାଇଁ ଭଦ୍ରକ ମାଟି ଏନ୍ତୁଡ଼ିଶାଳ ସାଜିଛି। ଭଦ୍ରକ ମାଟିର ଯଶସ୍ୱୀ ସନ୍ତାନ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ବିପ୍ଲବୀ ଚକ୍ରଧର ବେହେରା ଙ୍କ ଭଳି ବହୁ ବରପୁତ୍ର ଓଡ଼ିଶାର ନେତୃତ୍ୱ ନେବା ସହ ନୂତନ ବୃହତର ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ
SANSKRUTIKA MOHASTAV SARASWATA SANDHYA


ଭଦ୍ରକ, ୫ ଜାନୁଆରୀ (ହି.ସ.) - ଓଡ଼ିଶା ରାଜନୀତି ପାଇଁ ଭଦ୍ରକ ମାଟି ଏନ୍ତୁଡ଼ିଶାଳ ସାଜିଛି। ଭଦ୍ରକ ମାଟିର ଯଶସ୍ୱୀ ସନ୍ତାନ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ବିପ୍ଲବୀ ଚକ୍ରଧର ବେହେରା ଙ୍କ ଭଳି ବହୁ ବରପୁତ୍ର ଓଡ଼ିଶାର ନେତୃତ୍ୱ ନେବା ସହ ନୂତନ ବୃହତର ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସଂଜୀବ କିଆ ପ୍ରାୟୋଜିତ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଆନୁକୁଲ୍ୟରେ ଭଦ୍ରକ ସହରର ଗାନ୍ଧିପଡ଼ିଆଠାରେ ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ 'ଓଡିଶା ରାଜନୀତି ଜଗତକୁ ଭଦ୍ରକର ଅବଦାନ' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଗତକାଲି ସୋମବାର ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ସୁବାସ ରାମ ଯୋଗଦେଇ ଭଦ୍ରକର ବହୁ ସାରସ୍ୱତ ସାଧକ ଜିଲ୍ଲାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ । ଅତିଥିମାନଙ୍କୁ କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି ମଂଚ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ଅତିଥି ପରିଚୟ, ମହୋତ୍ସବ କମିଟି ର ଉପଦେଷ୍ଟା ଡ.ଜାନକୀ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ ଏବଂ ସଂଗଠନ ସମ୍ପାଦକ ଅପୂର୍ବ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି,ସୁଶ୍ରୀ ଅଞ୍ଜନା ମିଶ୍ର, ଶିକ୍ଷୟିତ୍ରୀ ମନୋରମା ରାୟ, ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସଂଜୀବ କିଆ ପ୍ରାୟୋଜିତ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଆନୁକୁଲ୍ୟରେ ଭଦ୍ରକ ସହର ଗାନ୍ଧୀ ପଡ଼ିଆଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ସଂଚାର ଡ୍ୟାନ୍ସ ଗ୍ରୁପ ମେଲୋଡି ଓ ଦର୍ଶନ ଏକାଡେମୀ ପିଲାମାନଙ୍କ ର ନୃତ୍ୟ ପରିବେଷଣ କରିଥିଲେ। ଉପଦେଷ୍ଟା ସ୍ମୃତି ରଞ୍ଜନ ସାହୁ, ହରିହର ନାୟକ,ଅତିସ ବେହେରା, ଉମା କଲ୍ୟାଣ ମହାପାତ୍ର ଯୁବ ନେତା ଅଶୋକ ନାୟକ,କାଉନସିଲର ସେକ ସଇଦ,ସଂଗଠନ ସମ୍ପାଦକ ଜଗବନ୍ଧୁ ବେହେରା, ରାଜେଶ ଦାସ,ଅଜୟ ପଣ୍ଡା, କ୍ଷିତୀଶ ସାମନ୍ତ,ଶିବାନନ୍ଦ ଦାସ, ଶୁଭଦ୍ୱୀପ ମଲ୍ଲିକ, ଓମ କାର, କଳ୍ପତରୁ ପରିଡା,ଜଗନ୍ନାଥ ବେହେରା, ସୀତାକାନ୍ତ ବିଶ୍ୱାଳ,କମଳଲୋଚନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ହଜାର ହଜାର ଦର୍ଶକ ଉକ୍ତ ମେଳରେ ମେଲୋଡିକୁ ଉପଭୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande