ଯୁବକକୁ ଆକ୍ରମଣ ଅଭିଯୋଗ
ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଶିଆଡିମାଳ ଗ୍ରାମରେ ଏକ ସଭାସ୍ଥଳରେ ଜଣେ ଯୁବକକୁ ଆକ୍ରମଣ ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଶିଆଡିମାଳ ଠାରେ ରଣା ସମାଜର ଏକ ବୈଠକ ଚାଲିଥିଲା। ସେଠାରେ ଶିଆଡିମାଳ ଗ୍ରାମର ରାଜେନ୍ଦ୍ର ଶ
ଯୁବକକୁ ଆକ୍ରମଣ ଅଭିଯୋଗ


ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଶିଆଡିମାଳ ଗ୍ରାମରେ ଏକ ସଭାସ୍ଥଳରେ ଜଣେ ଯୁବକକୁ ଆକ୍ରମଣ ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଶିଆଡିମାଳ ଠାରେ ରଣା ସମାଜର ଏକ ବୈଠକ ଚାଲିଥିଲା। ସେଠାରେ ଶିଆଡିମାଳ ଗ୍ରାମର ରାଜେନ୍ଦ୍ର ଶିଙ୍ଗାରୀ ଓ ପିତାମ୍ବର ଦଣ୍ଡସେନା କଥା ହେଉଥିବା ସମୟରେ ପଛପଟୁ ଅଭିଯୁକ୍ତ ଆସି ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡରେ ଆଘାତ ଦେଇଥିଲେ। ଫଳରେ ଅତ୍ୟଧିକ ରକ୍ତଶ୍ରାବ ହେବାଫଳରେ ସ୍ଥାନୀୟ ଲୋକେ ତୁରୁନ୍ତ ରାଜେନ୍ଦ୍ରଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତିକରି ଚିକିତ୍ସା କରିଥିଲେ। ଆଜି ରାଜେନ୍ଦ୍ର ଏନେଇ ସଦରଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦର ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande