ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ ଆଲୋଚନା ଚକ୍ର
ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ ଆଲୋଚନା ଚକ୍ର
ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ ଆଲୋଚନା ଚକ୍ର


ସମ୍ବଲପୁର, ୦୫, ଜାନୁଆରି (ହି.ସ.)ସମ୍ବଲପୁର ଲୋକ ମହୋତ୍ସବ- ୨୦୨୬ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ପଶ୍ଚିମ ଓଡିଶାର ଲୋକ ସାହିତ୍ୟ, ଲୋକ ସଂସ୍କୃତି ଓ ଲୋକପର୍ବ ଉପରେ ଆଲୋଚନା ହୋଇଥିଲା । ଡ. ଶ୍ୟାମସୁନ୍ଦର ଧରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାରେ ମହୋତ୍ସବ ସମିତି ସଂଯୋଜକ ଦୀପକ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ଯେ, ସମ୍ବଲପୁର ଲୋକ ମହୋତ୍ସବରେ ବହୁ ମୂଲ୍ୟବାନ ବିଷୟରେ ଆଲୋଚନା ହୋଇଥାଏ । ବିଶେଷ କରି ଆଲୋଚନା ଚକ୍ରରେ କଳା, ସଂସ୍କୃତି ଓ ପରମ୍ପରା ଆଦି ଉଦ୍‌ଜିବୀତ ହୋଇଥାଏ। ଯାହାକି ଆଗାମୀ ପୀଢି ପାଇଁ ସଂରକ୍ଷିତ ହୋଇ ରହିପାରିବ । ପ୍ରାରମ୍ଭରେ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ବଳନ ପୁର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଆଲୋଚକ ଭାବେ ଉତ୍ପନ୍ନ ଭୋଇ ଲୋକ ସାହିତ୍ୟ ସମ୍ପର୍କରେ କହିଥିଲେ ଯେ, କର୍ମ ପ୍ରତି ସଚେତନ କରିବା ଲୋକ ସାହିତ୍ୟର କାର୍ଯ୍ୟ ଅଟେ । ତେବେ ବିଜ୍ଞାନ ଯୋଗୁଁ ଲୋକ ସାହିତ୍ୟ, ଲୋକ ସଂସ୍କୃତିର ଅବକ୍ଷୟ ଘଟୁଛି । ଆଧୁନିକତା ନାଁରେ ଅଶ୍ଳୀଳତା ପ୍ରବେଶ କରୁଛି । ଲୋକନାଟ୍ୟକୁ ଛାଡି ଲୋକ ସାହିତ୍ୟ ଅପୂର୍ଣ୍ଣ ଅଟେ । ଯାତ୍ରା, ଲୀଳା, ସୁଆଙ୍ଗ ଭେଦରେ ସେ ଏହାକୁ ଉପସ୍ଥାପନ କରିଥିଲେ । ଅନ୍ୟତମ ଆଲୋଚକ ଭାବେ ଡ. ଶ୍ୟାମ ଭୋଇ ଲୋକ ସଂସ୍କୃତିର ବିଭିନ୍ନ ଦିଗରେ ଉପରେ ଆଲୋଚନା କରିଥିଲେ । ଲୋକ ସାହିତ୍ୟ, ଲୋକାଚାର ଓ ରୀତିନୀତି, ଲୋକ କ୍ରୀଡା, ଲୋକ ଔଷଧ, ଲୋକ ଧର୍ମ, ଲୋକ କର୍ମ ଆଦି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଂସ୍କୃତି ଏକ ଜାତିର ପରିଚୟ । ପଶ୍ଚିମ ଓଡିଶା ସଂସ୍କୃତିର ଏକ ସ୍ବତନ୍ତ୍ରତା ରହିଛି । ଏହି ଅ ଳର ଗୀତ, ବାଦ୍ୟ, ଚାଲିଚଳଣ, ଆଚାର ବ୍ୟବହାର, ପର୍ବପର୍ବାଣୀ, ପୂଜା ପଦ୍ଧତି, ବିଭିନ୍ନ ସାମାଜିକ କ୍ରିୟାକର୍ମ, ବିଭିନ୍ନ ଲୋକକଳା ଭିତରେ ଏ ଅଳର ସଂସ୍କୃତି କିଭଳି ଭାବେ ବିଦ୍ୟମାନ ସେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଡ. ଗୌରୀଦାସ ପଧାନ ଲୋକପର୍ବ ସମ୍ପର୍କରେ କହିଥିଲେ ଯେ, ଲୋକପର୍ବ ସମସ୍ତଙ୍କୁ ଏକତା ସୂତ୍ରରେ ଯୋଡି ରଖିଥାଏ । ଲୋକର ଜିଇଁବାର ଇଚ୍ଛାକୁ ଲୋକପର୍ବ ପୁର୍ଣ୍ଣ କରିଥାଏ । ଲୋକପର୍ବ ଆମକୁ ଜୀବନ ଜୀବିକା ଓ ଅ ଳର ଲୋକ ବିଶ୍ଵାସ ସହ ଯୋତେ । ଆନନ୍ଦ ଓ ଆସ୍ବାଦନ ସହ ମଧ୍ୟ ଯୋଡିଥାଏ । ଏଭଳି ବିଚାର ରଖୁଥିବା ଲୋକ ପର୍ବ ଗୁଡିକର ଅନ୍ତସ୍ବରରେ ଥିବା ମହାଭାରତୀୟ ଦର୍ଶନ ବିଶ୍ଵକୁ ଜଣାଇବାର ଦାୟିତ୍ଵ ଆଜିର ଗବେଷକ ମାନଙ୍କର ଅଟେ । ଆବାହକ ପ୍ରଦୀପ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ସଦସ୍ୟ ମମତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

୨ୟ ଅଧିବେଶନ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପଶ୍ଚିମ ଓଡିଶାର ଲୋକନାଟ୍ୟ ପରମ୍ପରା ଶୀର୍ଷକ ଆଲୋଚନା ହୋଇଥିଲା । ସଂସ୍କୃତି ଗବେଷକ ଗଦାଧର ବାରିକ ଆଲୋଚକ ଭାବେ ଯୋଗ ଦେଇ ଦଣ୍ଡନୃତ୍ୟର ୧୬ସୁଆଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିସହ ସାଥି କଳାକାରଙ୍କ ଦ୍ଵାରା ଦଣ୍ଡ ଯାତ୍ରା ପ୍ରଦର୍ଶନ କରି ଦେଖାଇଥିଲେ । ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଓଡିଶା ବିଭାଗ ଅଧ୍ୟାପକ ଡ. ପ୍ରମୋଦ କୁମାର ପାଢୀ ଆଲୋଚକ ଭାବେ ଯୋଗ ଦେଇ ଲୋକନାଟ୍ୟ ପରମ୍ପରା ଉପରେ ବକ୍ତବ୍ୟରେ କହିଥିଲେ ଯେ, ଧର୍ମାଚାର ହେଉଛି ଲୋକନାଟ୍ୟର ପରମ୍ପରା । ସରମଙ୍ଗଳା, ମୁଡତୁପା, ଗୁଗୁଁନାଦିଆ, ଶୀତଳଷଷ୍ଠୀ, ଧନୁଯାତ୍ରା ଓ ନାଗବାଚା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଉପଦେଷ୍ଟା କମିଟି ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନୋଡାଲ ଅଧିକାରୀ ତଥା ତହସିଲଦାର ଅଭିଜିତ୍ ମହନ୍ତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର କୁମାର ଦଳେଇ, ସହ ଆବାହକ ସୌମିକ୍ ବାବୁ ଓ ଭବତୋଷ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ପଶ୍ଚିମ ଓଡିଶାର ଲୋକକ୍ରୀଡା, ଲୋକ ଚିକିତ୍ସା, ଲୋକ ଚିତ୍ରକଳା ଶୀର୍ଷକ ଆଲୋଚନାଚକ୍ର ଓ ଦ୍ଵିତୀୟ ଅଧିବେଶନରେ କବିତା ପାଠୋତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande