ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୁଦ୍ଧରେ ବଡ଼ବିଲ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦୁଝର, ୦୫ ଜାନୁଆରୀ(ହି.ସ.) – କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବାବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅଂଚଳ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଏକ ଖଣି କମ୍ପାନୀ ହେଉଛି ବଡ଼ବିଲ ତହସିଲ୍ ତଥା ଯୋଡ଼
Strike on tahasildar office


କେନ୍ଦୁଝର, ୦୫ ଜାନୁଆରୀ(ହି.ସ.) – କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବାବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅଂଚଳ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଏକ ଖଣି କମ୍ପାନୀ ହେଉଛି ବଡ଼ବିଲ ତହସିଲ୍ ତଥା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ କାରାଖେଣ୍ଡରା ପଂଚାୟତ ଅଧିନରେ ଗଢି ଉଠିଥିବା ଜଗନ୍ନାଥଷ୍ଟିଲ କମ୍ପାନୀ, ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ କାରାଖେଣ୍ଡରା ଗ୍ରାମର ଜିଙ୍ଗି ମୁଣ୍ଡାଙ୍କ କାରାକୋଲା ମୌଜା ରେ ଥିବା ୪୯ ନମ୍ବର୍ ଖାତା ପ୍ଲଟ ନମ୍ବର ୮୧ ଓ ୮୨ ର ସମୁଦାୟ ଚାରି ଏକର ବାୟାନବେ ଡିସିମିଲ ଜମିରେ ତାର କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଚାର୍କଲ ପକାଇଅଛି। ଯାହାକୁ ନେଇ ଜିଙ୍ଗୀ ମୁଣ୍ଡା ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଉକ୍ତ ମାମଲାର ଶୁଣାଣି କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୦୯୧ତାରିଖ ୧୭/୧୦/୨୫ ବଳରେ ନିର୍ଦ୍ଦେଶ ଦେଇଥିଲେ ଉକ୍ତ ଜମିକୁ ଜଗନ୍ନାଥ ଷ୍ଟିଲ କମ୍ପାନୀ କବଳରୁ ଜବର ଦଖଲମୁକ୍ତ କରିବାକୁ ବଡ଼ବିଲ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଭିତରେ ଦୁଇ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଜୀଙ୍ଗି ମୁଣ୍ଡା ତାଙ୍କ ଜମି ଫେରସ୍ତ ନ ପାଇବାରୁ ଆଜି ଅଞ୍ଚଳ ବାସିନ୍ଦା ମାନଙ୍କ ସହ ମିଶି ଆସି ବଡ଼ବିଲ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବା ସହ ବଡ଼ବିଲ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande