ଜିଲ୍ଲା ସଦର ମହକୁମାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼, ୦୫ ଜାନୁଆରି (ହି.ସ.) - ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ସଦଭାବନା ଭବନଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶ
ଜିଲ୍ଲା ସଦର ମହକୁମାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ


ସୁନ୍ଦରଗଡ଼, ୦୫ ଜାନୁଆରି (ହି.ସ.) - ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ସଦଭାବନା ଭବନଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।

ଆଜି ମୋଟ ୭୩ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୪୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୧୧ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ୨୦ ଗୋଟି ଅଭିଯୋଗ ଗୁଡ଼ିକର ତତ୍‌କ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ôଥକ ସହାୟତା ନିମନ୍ତେ ୧୬ ଗୋଟି ଆବେଦନ ରହିଥିଲା ଏବଂ ରେଡକ୍ରସ ରୁ ଆର୍ôଥକ ସହାୟତା ନିମନ୍ତେ ଦୁଇ ଗୋଟି ଆବେଦନ ରହିଥିଲା।

ଆଜିର ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଆଇ ଏ ଏସ ଶିକ୍ଷାନବିଷ ସୁଶ୍ରୀ ଫାବୀ ରସିଦ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande