ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ ମନ୍ଦିର ଓ ମାନ୍ୟମକୋଣ୍ଡା ନିକଟରେ ଥିବା ପୁରାତନ ପଥର ଗୁମ୍ଫାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି
ମାଲକାନଗିରି, ୫ ଜାନୁଆରି (ହି.ସ.) - ନୂଆ ବର୍ଷ ଆରମ୍ଭ ସହିତ ଲୋକଙ୍କ ମନରେ ପିକନିକ୍ ଓ ଭ୍ରମଣର ଉତ୍ସାହ ବଢ଼ିଛି । ଏହି ସମୟରେ କାଲିମେଳା ବ୍ଲକ ଅଧିନସ୍ଥ ମାନ୍ୟମକୋଣ୍ଡା ପଂଚାୟତର ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ ମନ୍ଦିର ଓ ମାନ୍ୟମକୋଣ୍ଡା ନିକଟରେ ଥିବା ପୁରାତନ ପଥର ଗୁମ୍ଫା ପର
ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ ମନ୍ଦିର ଓ ମାନ୍ୟମକୋଣ୍ଡା ନିକଟରେ ଥିବା ପୁରାତନ ପଥର ଗୁମ୍ଫାରେ ପର୍ଯ୍ୟଟକ


ମାଲକାନଗିରି, ୫ ଜାନୁଆରି (ହି.ସ.) - ନୂଆ ବର୍ଷ ଆରମ୍ଭ ସହିତ ଲୋକଙ୍କ ମନରେ ପିକନିକ୍ ଓ ଭ୍ରମଣର ଉତ୍ସାହ ବଢ଼ିଛି । ଏହି ସମୟରେ କାଲିମେଳା ବ୍ଲକ ଅଧିନସ୍ଥ ମାନ୍ୟମକୋଣ୍ଡା ପଂଚାୟତର ଟାଗୋରକୋଟା ପାହାଡ଼ ଶିଖରରେ ନିର୍ମାଣାଧିନ ଶିବ ଶମ୍ଭୁ ମନ୍ଦିର ଓ ମାନ୍ୟମକୋଣ୍ଡା ନିକଟରେ ଥିବା ପୁରାତନ ପଥର ଗୁମ୍ଫା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର ନୂଆ କେନ୍ଦ୍ର ଭାବେ ଉଭୟ ହୋଇଉଠିଛି । ମାଲକାନଗିରିର ପ୍ରସିଦ୍ଧ ବଡ଼ଯାତ୍ରାରେ ପୂଜିତ କାନାମରାଜୁ, ବାଲାରାଜ୍ ଓ ପୋତରାଜ ଏହି ତିନି ଠାକୁରଙ୍କ ଆବିର୍ଭାବ ସ୍ଥଳ ଭାବେ ପରିଚିତ ପାଲକୋଣ୍ଡା ପର୍ବତର ବିରାଟ ପଥର ଗୁମ୍ଫା ମାନ୍ୟମକୋଣ୍ଡା ନିକଟରେ ଅବସ୍ଥିତ । ପୌରାଣିକ ଓ ଆଧ୍ୟାତ୍ମିକ ମହତ୍ୱରେ ପୂର୍ଣ୍ଣ ଏହି ସ୍ଥାନ ଦେଖିବା ପାଇଁ ଜିଲ୍ଲା ସହିତ ଜିଲ୍ଲା ବାହାରରୁ ମଧ୍ୟ ଲୋକେ ଆସୁଥିବା ଦେଖାଯାଉଛି । ସୁଉଚ୍ଚ ପାହାଡ଼ ଶିଖରରେ ଧ୍ୟାନମଗ୍ନ ଅବସ୍ଥାରେ ଅବସ୍ଥିତ ଶିବ ଶମ୍ଭୁଙ୍କ ବିଶାଳ ମୂର୍ତି ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରୁଛି । ଏଠାରେ ଫଟୋ ଓ ଭିଡିଓ ଉଠାଇବା ପାଇଁ ଦିନକୁ ଦିନ ଭିଡ଼ ବଢ଼ୁଛି । କାଲିମେଳାର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଲେଇଙ୍କ ଭିଜନ୍‌ରେ ଆରମ୍ଭ ହୋଇଥିବା ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବର୍ତମାନ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ବିକାଶ ଯୋଜନା ଅନୁଯାୟୀ ଶେଷ ପର୍ଯ୍ୟାୟରେ ରହିଛି । ବର୍ତମାନ ଏହି ସ୍ଥାନ ପ୍ରେଇଡ୍ଡିଂ ଫଟୋସୁଟ ଓ ସୋସିଆଲ ମିଡ଼ିଆ ରିଲ୍ସ ପାଇଁ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଉଠିଛି । ଆନ୍ଧ୍ର ପ୍ରଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସୁଥିବା ନଜିର ରହିଛି । ସେହିପରି ମାନ୍ୟମକୋଣ୍ଡା ଗୁମ୍ଫା ଓ ଟାଗୋରକୋଟା ଶିବ ମନ୍ଦିର ପାଖାପାଖି ଥିବାରୁ ପର୍ଯ୍ୟଟକମାନେ ଉଭୟ ସ୍ଥାନ ବୁଲି ସାରି ପଲୁର ନିକଟରେ ଥିବା ଜଳପ୍ରପାତରେ ପିକନିକ୍ କରୁଥିବା ଦେଖାଯାଉଛି । ସ୍ଥାନୀୟ ଲୋକଙ୍କ ମତନୁସାରେ, ଯଦି ପାନୀୟ ଜଳ, ଛୋଟ ବଜାର ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଏ, ତେବେ ଏହା ଆହୁରି ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭୟ ହେବ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande