ଉଦ୍ୟାନ କୃଷି ଯୋଜନା ସମ୍ପର୍କୀତ ପ୍ରଶିକ୍ଷଣ କର୍ମଶାଳା
ବଲାଙ୍ଗିର, ୫ ଜାନୁଆରୀ (ହି.ସ.)- ନଅଗାଁ (ଖ ) ପଲ୍ଲୀ ଆଲୋକ ପାଠାଗାର ଠାରେ ଉଦ୍ୟାନ କୃଷି ଉପ ନିର୍ଦେଶକ ବଲାଙ୍ଗୀର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ, ସରପଞ୍ଚ
ଉଦ୍ୟାନ କୃଷି ଯୋଜନା ସମ୍ପର୍କୀତ ପ୍ରଶିକ୍ଷଣ କର୍ମଶାଳା.


ବଲାଙ୍ଗିର, ୫ ଜାନୁଆରୀ (ହି.ସ.)- ନଅଗାଁ (ଖ ) ପଲ୍ଲୀ ଆଲୋକ ପାଠାଗାର ଠାରେ ଉଦ୍ୟାନ କୃଷି ଉପ ନିର୍ଦେଶକ ବଲାଙ୍ଗୀର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ, ସରପଞ୍ଚ ବୃନ୍ଦାବନ ସେଠ, ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ସତ୍ୟବ୍ରତ ଦାଶ ମଂଚାସୀନ ଥିଲେ।

ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶିଙ୍କ ପରିଚାଳନା କ୍ରମେ ସର୍ବ ପ୍ରଥମେ ଅତିଥି ମାନେ ସାମୁହିକ ଦୀପ ପ୍ରଜ୍ୱଳନ ପରେ ଅତିଥି ନିଜର ମତାମତ ପ୍ରଦାନ ଜରିଥିଲେ । ଶ୍ରୀ ଦାଶ ଓ ମହାପାତ୍ର ମାଡାମ ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦର ବ୍ୟବସ୍ଥାରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯଥା ଗୋ ପାଳନ, ଛେଳି ଚାଷ, ଆଳୁ ଚାଷ, ଛତୁଚାଷ, ଗେଣ୍ଡୁ ଫୁଲ ଚାଷ, ଆମ୍ବ, କଦଳୀ, ବିଭିନ୍ନ ଫଳ ଚାଷରେ ମିଳୁଥିବା ସବସିଡି ଉପରେ କର୍ମଶାଳାରେ ଆଲୋଚନା କରିଥିଲେ।

ଉକ୍ତ କର୍ମଶାଳାରେ ଆଖପାଖ ଅଂଚଳରୁ ଚାଷୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ନରେନ୍ଦ୍ର ପଧାନ, ରାଜେଶ ପଧାନ, ପ୍ରହଲ୍ଲାଦ ପଧାନ, ସୁଶାନ୍ତ ସା, ରମେଶ ପଧାନ, ଅଚ୍ୟୁତ କୁମ୍ଭାର, ସତ୍ୟ ରଞ୍ଜନ ମହାକିଙ୍ଗ, ସତ୍ୟ ବେହେରା, ପ୍ରଶାନ୍ତ କୁଅଁରଙ୍କ ସମେତ ଆଶିଷ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande