ଶୀତ ଦିନେ ଶିଶୁଙ୍କ ସ୍ବାସ୍ଥ୍ୟ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞାମ, ୫ ଜାନୁଆରୀ (ହି.ସ.)- ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନେ ଶିଶୁଙ୍କ ସ୍ଵାସ୍ଥ୍ୟ ରକ୍ଷା ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତ ଋତୁରେ ଭୂତାଣୁ, ଥଣ୍ଡା, କଫ ଓ ଚର୍ମ ରୋଗର ଭୟ ଥା
ଶୀତ ଦିନେ ଶିଶୁ ଙ୍କ ସ୍ବାସ୍ଥ୍ୟ ସଚେତନତା ଓ


ଗଞାମ, ୫ ଜାନୁଆରୀ (ହି.ସ.)- ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନେ ଶିଶୁଙ୍କ ସ୍ଵାସ୍ଥ୍ୟ ରକ୍ଷା ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତ ଋତୁରେ ଭୂତାଣୁ, ଥଣ୍ଡା, କଫ ଓ ଚର୍ମ ରୋଗର ଭୟ ଥାଏ। ଶିଶୁକୁ କୋଳରେ ଚାପି ରଖନ୍ତୁ, ଶୀତ ଲୁଗା, ଗରମ ଜଳ ସ୍ନାନ ପାନ, ସୂର୍ଯ୍ୟ କିରଣରେ ବସାନ୍ତୁ। ଖଟା ରସ କିଛି ପିଆନ୍ତୁ ନାହିଁ।ଥଣ୍ଡା, କାଶ ହେଲେ ତୁଳସୀ ରସ, ଅଦା ରସ ଅଧିକ ମହୁ ମିଶାଇ ପିଅlନ୍ତୁ, ସାଧାରଣ ଜ୍ୱର ରହିଲେ ମକରଧ୍ଵଜ ମିଶାନ୍ତୁ । ଅଧିକ ଜ୍ୱର ରହିଲେ, ଧଇଁସଇଁ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। କୁଣ୍ଡାଇ ହେଲେ ଗରମ ପାଣିରେ ନିମ୍ବ ପତ୍ର ପକାଇ ଗାଧାନ୍ତୁ, ମୁଗ ବଟା ବା ବେସନ ଲଗାଇ ଦେହ ସଫା କରନ୍ତୁ, ହଳଦୀ ଲଗାନ୍ତୁ। ଦେହ ଶୁଖିଲା ନରଖି ସୋରିଷତେଲ କିମ୍ବା ନଡ଼ିଆତେଲ ଲଗାନ୍ତୁ। ଅଳ୍ପ ଅଳ୍ପ ଅଧିକ ଥର ଖୁଆନ୍ତୁ। ଓଠ,ଗାଲ ଓ ନେଡିରେ ଗାଈ ଘିଅ ଲଗାନ୍ତୁ l

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande