
କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – ଜାତୀୟ ସଡ଼କ ସୁରକ୍ଷା ୨୦୨୬ ଉପଲକ୍ଷେ ଜିଲ୍ଲା ପରିବହନ ବିଭାଗ ତରଫରୁ ଏକ ସଚେତନତା ସଭା ଓ ଶୋଭାଯାତ୍ରା ସାଂନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରା (ର୍ୟାଲି)କୁ ଉଦ୍ଘାଟନ କରିଥିଲେ। ଏହି ର୍ୟାଲି ସାଂନ୍ଧ୍ୟ ମହାବିଦ୍ୟାଳୟରୁ ବାହାରି ସହର ଦେଇ ଜନ ସାଧାରଣଙ୍କୁ ସଚେତନ କରି ତିନିମୁହାଣୀ ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲାପାଳ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ଉପରେ ବୁଝାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ଅଭିଯାନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପରେ ଏକ ରକ୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି