
ଧର୍ମଶାଳା,୫ଜାନୁଆରି(ହି.ସ.) - ଯାଜପୁର ଜିଲା ସ୍ଥାନୀୟ ଧର୍ମଶାଳା ମହାବିଦ୍ୟାଳୟର ୧୯୯୦-୯୧ ଯୁକ୍ତ ୨ କଳା ବ୍ୟାଚ ବିଦ୍ୟାର୍ଥୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରକା ନିକଟସ୍ଥ ବୌଦ୍ଧ କୀର୍ତୀରାଜି ସମ୍ପନ୍ନ ତରାପୁରଠାରେ ଼ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାଚ ର ଯୁଗ୍ମ ସମ୍ପାଦକ ଅଧ୍ୟାପକ ବିଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାରୁ ୫୦ରୁ ଉର୍ଦ୍ଧ ତତକାଳିନ ବିଦ୍ୟାର୍ଥୀ ଓ ସେମାନଙ୍କର ପରିବାର ବର୍ଗ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ସଭାପତି ନିରଞ୍ଜନ ନାୟକ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ କଳ୍ପନା ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଦୀର୍ଘ ୩୫ ବର୍ଷ ପରେ ବିଭିନ୍ନ କର୍ମ ଓ ପେଷାରୁ ସମୟ ବାହାର କରି ସମସ୍ତ ସାଥି ଏକତ୍ରିତ ହୋଇପାରି ଥିବାରୁ ବିଦ୍ୟାର୍ଥୀ ଜୀବନର ଅନୁଭୁତି ସାଉଁଟି ସମସ୍ତେ ଭାବ ବିହ୍ୱଳ ହୋଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାର୍ଥୀମାନେ ସଂଗୀତଗାନ କରିବା ସହିତ ସମୂହ ନୃତ୍ୟରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ନେହଲତା ଚୌଧୁରୀ,ସୁପ୍ରଭା ଷଢଙ୍ଗୀ, ସୁଶ୍ରୀ ମଞ୍ଜରୀ ମିଶ୍ର, ଉପାସନା ଶତପଥୀ, ପୁର୍ଣିମା ଜେନା ରୀନାରାଣୀ ମୁଦୁଲି, ସୁଜାତା ବିଶ୍ୱାଳ, ନିରୁପମା ପ୍ରଧାନ,ମଞ୍ଜୁଶ୍ରୀ ମିଶ୍ର, ଚନ୍ଦନାବାଳା ସାହୁ, ସଂଯୁକ୍ତା ନାୟକ, ନିବେଦିତା ପଣ୍ଡା,ସୋମନାଥ ସାହୁ ପ୍ରଶାନ୍ତ କୁମାର ଦୋରା, ରଞ୍ଜନ କୁମାର ରାଉତ,ମିହିର କୁମାର ମହାନ୍ତି, ସୁବ୍ରତ ମହାନ୍ତି, ରଜନୀକାନ୍ତ ପଣ୍ଡା,ସୋମନାଥ ସାହୁ, ଗଗନ ବିହାରୀ ରାଉତ, ସୋମେନ୍ଦ୍ର ମହାନ୍ତି, ପ୍ରମୋଦ ନାୟକ, ଶରତ ପ୍ରଧାନ ଓ ଅମର କୁମାର ରାଉତ ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ