
ଧର୍ମଶାଳା,୫ଜାନୁଆରୀ(ହି.ସ.) - ନୂତନ ବର୍ଷ ଆରମ୍ଭରୁ ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥରେ ଦୃର୍ଘଟଣା । ଏକ କାର ପଛକୁ ଧକ୍କା ଦେଲା ଟ୍ରକ୍ । ଫଳରେ କାରଟି ସମ୍ମୁଖ ଭାଗ ଚୂରମାର ହୋଇଯାଇଥିବା ବେଳେ ଅନେକ ଜୀବନ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଥିଲା ୧୬ ନଂ ଜାତୀୟ ରାଜପଥ ନେଉଳପୁର ନିକଟରେ ।
ସୂଚନା ମୁତାବକ,ଜାରକାରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ମାରୁତି ସ୍ୱଇଫ୍ଟ କାର(ଓଡି୦୨ବିଟି୫୧୨୭) ପଛ ପଟକୁ ଏକ ଲୁହ ପଥର ବୋଝେଇ ଟ୍ରକ୍ (ଓଡି୦୯ଆର୨୩୯୩) ଧକ୍କା ଦେଇଥିଲା । ଫଳରେ କାର ଭିତରେ ଥିବା ଚାଳକ ଏକ ବଡ ଦୃର୍ଘଟଣାରୁ ବର୍ତି ଯାଇଥିବା ବେଳେ କାର ଆଗରେ କିଛି ସ୍ଥାନୀୟ ଲୋକେ ମଧ୍ୟ ବଡ ବିପଦରୁ ବର୍ତି ଯାଇଛନ୍ତି । ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ଗାଡି ୨ଟିକୁ ଜବତ କରି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ