
ଧର୍ମଶାଳା,୫ଜାନୁଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ଅନ୍ତର୍ଗତ ବାଲିଗୁଡା ଦେଉଳିଠାରେ ନିଖିଳ ଉତ୍କଳ ପାଲା ସଂଗଠନ ମହାସଂଘ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସତ୍ୟ ନାରାୟଣ ପାଲା ପରିଷଦ(ଦେଉଳି) ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯାଜପୁର ନିଖିଳ ଉତ୍କଳ ପାଲା ସଂଗଠନ ସହାସଂଘର ସଭାପତି ଦେବାଶିଷ ସ୍ୱାଇଁ ଯୋଗ ଦେଇ କଳାକାରମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ନିକଟ ଭବିଷ୍ୟତରେ ସମସ୍ତ ଅସୁବିଧାକୁ ଦୂର କରିବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହାସଂଘ ସମ୍ପାଦକ ବିରଞ୍ଜି ସାହୁ ଓ କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ଯୋଗ ଦେଇ କଳାକାରମାନେ ଏକତ୍ର ହୋଇ ପାରିଲେ ସବୁ ସମାଧାନର ବାଟ ଫିଟିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ପାଲା ପରିଷଦର ସମ୍ପାଦକ ପ୍ରଦୀପ ତ୍ରିପାଠୀ,ଉପଦେଷ୍ଟା ମଧୁସୂଦନ ମିଶ୍ର ଓ ସୌଭାଗ୍ୟ ମିଶ୍ର ପ୍ରଖୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲର କୋଣ ଅନୁକୋଣରୁ ଆସିଥିବା ନୂତନ ସଭ୍ୟମାନଙ୍କୁ ଉତରୀୟ ଦେଇ ସ୍ୱାଗତ କରାଯିବା ସହିତ ବରିଷ୍ଠ କଳାକାରମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମାଧବାନନ୍ଦ ନାୟକ,ଉମେଶ ମିଶ୍ର,ବିଚିତ୍ର ସାମଲ,ରମେଶ ରଣା,ଦୁଃଖୀଶ୍ୟାମ ସର,ସତ୍ୟପ୍ରୀୟ ସ.ଶ୍ରୀକାନ୍ତ ସାହୁ,ନବକିଶୋର ସର,ବାମଦେବ ସର,ଗୌରାଙ୍ଗ ନାୟକ,ଶ୍ରୀନିବାସ ସାହୁ,ନରେନ୍ଦ୍ର ପାଣିଗ୍ରାହୀ ,ପ୍ରଭାକର ସାହୁ କୋଷାଧ୍ୟକ୍ଷ ବିରେନ୍ଦ୍ର ପ୍ରଧାନ ଓ ଅନାଦି ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ