ମାନବିକତା ଦେଖାଇ ଯୁବକ ଏସପିଙ୍କୁ ଫେରାଇଲେ ଟଙ୍କା
ଭଦ୍ରକ, ୫ ଜାନୁଆରୀ (ହି.ସ.) - ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା, ଲୋଭ ନରଖି ପ୍ରଥମେ ଟଙ୍କା ଫେରାଇବା ପାଇଁ ପ୍ରଥମେ ସାମାଜିକ ଗଣ ମାଧ୍ୟମର ସାହାଯ୍ୟ ନେଲେ। ଶେଷରେ ପାଇଥିବା ଟଙ୍କାକୁ ଏସପିଙ୍କୁ ଦେଇ ଉତମ ମଣିଷର ପରିଚୟ ଦେଲେ ଯୁବକ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ
manabikata dekhaile


ଭଦ୍ରକ, ୫ ଜାନୁଆରୀ (ହି.ସ.) - ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା, ଲୋଭ ନରଖି ପ୍ରଥମେ ଟଙ୍କା ଫେରାଇବା ପାଇଁ ପ୍ରଥମେ ସାମାଜିକ ଗଣ ମାଧ୍ୟମର ସାହାଯ୍ୟ ନେଲେ। ଶେଷରେ ପାଇଥିବା ଟଙ୍କାକୁ ଏସପିଙ୍କୁ ଦେଇ ଉତମ ମଣିଷର ପରିଚୟ ଦେଲେ ଯୁବକ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପରମେଶ୍ୱରପୁର ଗାଁର ଯୁବକ ଅକ୍ଷୟ ସେଠୀ ଗତ ଜାନୁୟାରୀ ୨ ତାରିଖ ଦିନ ନିଜ ପୁଅକୁ ଭଦ୍ରକ ରେଳ ଷ୍ଟେସନକୁ ଛାଡିବାକୁ ଆସିଥିବା ବେଳେ ରାସ୍ତାରେ ୨୦ ହଜାର ଦୁଇଶହ ଟଙ୍କା ପାଇଥିଲେ। ପରେ ଅକ୍ଷୟ ସ୍ଥାନୀୟ ଅଟୋ ମାଲିକଙ୍କୁ ଟଙ୍କା ପାଇଥିବା କଥା କହିବା ପରେ ନିଜ ନମ୍ବର ଦେଇ ଆସିଥିଲେ ଅଟୋ ମାଲିକଙ୍କୁ। ଯଦି ହଜିଥିବା ଲୋକ ଆସେ ଯୋଗାଯୋଗ କରିବାକୁ କହିଥିଲେ।ଏପରିକି ନିଜ ବନ୍ଧୁଙ୍କ ସାହାଯ୍ୟରେ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ନେଲେ। ପରେ କିଛି ଅପରିଚିତ ଫୋନ କଲ ଆସିବା ପରେ ତାଙ୍କୁ ସଂନ୍ଦେହ ହେଇଥିଲା। ଶେଷରେ ଆଜି ଭଦ୍ରକ ଏସପି ମନୋଜ ରାଉତଙ୍କୁ ଅକ୍ଷୟ ପାଇଥିବା ସମସ୍ତ ଟଙ୍କା ଦେଇ ଉତମ ମଣିଷର ଦେଖାଇଛନ୍ତି। ଆଜିର ସମାଜରେ ଅକ୍ଷୟଙ୍କ ଏଭଳି କାର୍ଯ୍ୟକୁ ଏସପି ପ୍ରଶଂସା କରି ଏବେବି ମଣିଷ ପାଖରୁ ମାନବିକତା ହଜି ଯାଇ ନାହିଁ ବୋଲି କହିଛନ୍ତି ଥିବା ବେଳେ ହଜିଥିବା ବ୍ୟକ୍ତି ନିଜର ଉଚିତ ପ୍ରମାଣ ଦେଖାଇ ଟଙ୍କା ନେଇ ଯିବାକୁ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande