
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ଧାନ
ମଣ୍ଡି ଅବ୍ୟବସ୍ଥା ଅଭିଯୋଗ ନେଇ ମିଲର୍ସ ଆନ୍ଦୋଳନ ପ୍ରସଙ୍ଗ । ମିଲର୍ସ ସଂଘ ସହ ଯୋଗାଣ ନିଗମ
ଏମଡିଙ୍କ ବୈଠକ । ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟଳୟରେ ବସିଛି ବୈଠକ । ମିଲର୍ସ
ସଂଘ କର୍ମକର୍ତ୍ତା ମାନେ ଉପସ୍ଥିତ ଅଛନ୍ତି । ଗତକାଲି ଏ ନେଇ ବିଭାଗୀୟ ମନ୍ତ୍ରୀ ଓ ମିଲର୍ସ ସଂଘ
ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ସେଥିରେ କୌଣସି
ନିଷ୍କର୍ଷ ବାହାରି ନଥିଲା । ଫଳରେ ରାଜ୍ୟରେ ଧାନ କିଣାକୁ ନେଇ ସମସ୍ୟା ଉପୁଜିଛି ।
କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ
ଖର୍ଚ୍ଚ ପୂର୍ବ ଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର୍ସ ଆସୋସିଏସନ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା