ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କ ଉତଥାନ ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ
ଧର୍ମଶାଳା,୫ଜାନୁଆରି(ହି.ସ.) - ଭାରତ ବର୍ଷରେ ବିଭିନ୍ନ ସମ୍ପ୍ରଦାୟ, ଜାତି, ଭାଷା, ସଂକୃତି ମଧ୍ୟ ରେ ଅନେକ ବିବିଧତା ଦେଖିବା କୁ ମିଳେ । ଭାରତ ର ଦ୍ୱିତୀୟ ବୃହତମ ସମ୍ପ୍ରଦାୟ ମୁସଲମାନଙ୍କ ମଧ୍ୟରେ ଅନେକ ବିବିଧତା ରହିଛି । ଭାରତ ର ସ୍ୱାଧୀନତା ପରବର୍ତି କାଳରେ ମୁସଲମାନମାନେ ସାମାଜିକ, ଶିକ୍ଷା, ସ
ଧର୍ମଶାଳା,୫ଜାନୁଆରି(ହି.ସ.) -  ଭାରତ ବର୍ଷରେ ବିଭିନ୍ନ ସମ୍ପ୍ରଦାୟ, ଜାତି, ଭାଷା, ସଂକୃତି ମଧ୍ୟ ରେ ଅନେକ ବିବିଧତା ଦେଖିବା କୁ ମିଳେ । ଭାରତ ର ଦ୍ୱିତୀୟ ବୃହତମ ସମ୍ପ୍ରଦାୟ ମୁସଲମାନଙ୍କ ମଧ୍ୟରେ ଅନେକ ବିବିଧତା ରହିଛି । ଭାରତ ର ସ୍ୱାଧୀନତା ପରବର୍ତି  କାଳରେ ମୁସଲମାନମାନେ ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି କ୍ଷେତ୍ରରେ ଅନେକ ଆହ୍ୱାନ ସମ୍ମୁଖୀନ ହୋଉଛନ୍ତି । ଏହି ଭଳି ପଛୁଆ ମୁସଲମାନ ଙ୍କୁ ପସମନ୍ଦା କୁହାଯାଏ. ।  ସଂଖ୍ୟାଲଘୁ ସମ୍ପ୍ରଦାୟ ମୁସଲମାନ ମାନଙ୍କ ଉଥାନ ତଥା ଦେଶର ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ଭାରତ ସରକାର ୧୫ ସୁଚି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହାକୁ ମୁସମାନ ସମ୍ପ୍ରଦାୟ ପକ୍ଷରୁ ସ୍ୱାଗତ କରାଯାଇଛି । ଏ ସମ୍ପର୍କରେ  ଧର୍ମଶାଳା ବ୍ଲକ  ନେଉଳପୁର ଗ୍ରାମରେ ପଛୁଆବର୍ଗ ମୁସଲମାନ ବା ପସମନ୍ଦା ମାନଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଅଲ ଇଣ୍ଡିଆ ପସମନ୍ଦା ମୁସଲିମ ସମାଜ  ଆୟୋଜନ କରିଥିଲେ । ସେକ ଗୁଲଫାମ ଅଲ୍ଲୀ ଙ୍କ ତତ୍ୱାବଧାନ ଓ  ସେକ ସଖାୱାତଙ୍କ  ସଭାପତିତ୍ୱରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଅତିଥି ଭାବେ  ହାସୀମ ଖାନ, ସେକ ଇଲିୟାସ, ଓ ଆସିଫ ଖାନ ଯୋଗଦେଇ ସଂଖ୍ୟାଲଘୁମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଯୋଜନା ଉପରେ  ଲୋକ ମାନଙ୍କୁ ବିସ୍ତୃତ ଭାବେ ଜଣାଇଥିଲେ । ଗୁଲଫାମ ଅଲ୍ଲୀ ସରକାର ଙ୍କ ବିଭିନ୍ନ ଯୋଜନା ତଥା \ନେୟୀ ରୋଶନୀ \ ଯୋଜନା ରେ ସଂଖ୍ୟାଲଘୁ ଶ୍ରେଣୀ ର ମହିଳା ମାନଙ୍କ ମଧ୍ୟ ରେ ନେତୃତ୍ୱ ର ବିକାଶ କରିବା ଦୃତୀୟ ପଢ଼ୋ ପରଦେଶ ଏହି ଯୋଜନା ଶିକ୍ଷା ର ସ୍ୱପ୍ନ କୁ ସାକାର କରିବା ପାଇଁ ସଂଖ୍ୟାଲଘୁ ଛାତ୍ର ଛାତ୍ରୀ ଙ୍କୁ ବିଦେଶ ରେ ପଢିବା ପାଇଁ ଋଣ ଯୋଗାଇବା ତୃତୀୟ ଯୋଜନା ହେଲା \ଉସ୍ତାଦ\ ଏହି ଯୋଜନା ରେ ସଂଖ୍ୟାଲଘୁ ସମ୍ପ୍ରଦାୟ ର ନିଜ କୌଶଳ ର ବିକାଶ ତଥା ବଜାର ସୁବିଧା ଯୋଗାଇଦେବ । \ଶିଖୋ ଔର କମାଓ\  ଯୋଜନାରେ ସଂଖ୍ୟାଲଘୁ ସମୁଦାୟ ର ବେକାର ଯୁବକ ଯୁବତୀ ଙ୍କୁ ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶିଳ କରାଇବା । ସେହିପରି ସରକାରଙ୍କ   \ହୁନର ହାଟ\' ଯୋଜନାରେ  ସଂଖ୍ୟାଲଘୁ କାରିଗରମାନେ ତାଙ୍କ କଳା କୁ ଉପଯୁକ୍ତ ମଂଚରେ କିପରି ପ୍ରଦର୍ଶନ କରିପାରିବେ । ଭାରତ ସରକାର ସଂଖ୍ୟାଲଘୁ ସମୁଦାୟଙ୍କୁ ସଶକ୍ତ କରିବା ଓ କଲ୍ୟାଣ ପାଇଁ ଏହି ୧୫ ସୁଚି କାର୍ଯ୍ୟକ୍ରମ ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷପ ନେଇଛନ୍ତି । ଏହା ଦ୍ୱାରା ପଛୁଆବର୍ଗ ସଂଖ୍ୟାଲଘୁ ପସମନ୍ଦା ଶ୍ରେଣୀ ଏହାର ଲାଭ ଉଠାଇବା ସହିତ ପସମନ୍ଦା ମୁସଲିମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଚାକରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୋଗଦେଇଥିଲେ ।   ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ  ସେକ ଆଲ୍ଲାଉଦ୍ଦିନ, ସେକ ଅଜମଲହକ ଓ ନେଉଳପୁର ଗ୍ରାମ ର ଯୁବକ ଓ ମୁରବି ମାନେ ସହଯୋଗ କରିଥିଲେ ।


ଧର୍ମଶାଳା,୫ଜାନୁଆରି(ହି.ସ.) - ଭାରତ ବର୍ଷରେ ବିଭିନ୍ନ ସମ୍ପ୍ରଦାୟ, ଜାତି, ଭାଷା, ସଂକୃତି ମଧ୍ୟ ରେ ଅନେକ ବିବିଧତା ଦେଖିବା କୁ ମିଳେ । ଭାରତ ର ଦ୍ୱିତୀୟ ବୃହତମ ସମ୍ପ୍ରଦାୟ ମୁସଲମାନଙ୍କ ମଧ୍ୟରେ ଅନେକ ବିବିଧତା ରହିଛି । ଭାରତ ର ସ୍ୱାଧୀନତା ପରବର୍ତି କାଳରେ ମୁସଲମାନମାନେ ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି କ୍ଷେତ୍ରରେ ଅନେକ ଆହ୍ୱାନ ସମ୍ମୁଖୀନ ହୋଉଛନ୍ତି । ଏହି ଭଳି ପଛୁଆ ମୁସଲମାନ ଙ୍କୁ ପସମନ୍ଦା କୁହାଯାଏ. । ସଂଖ୍ୟାଲଘୁ ସମ୍ପ୍ରଦାୟ ମୁସଲମାନ ମାନଙ୍କ ଉଥାନ ତଥା ଦେଶର ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ଭାରତ ସରକାର ୧୫ ସୁଚି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହାକୁ ମୁସମାନ ସମ୍ପ୍ରଦାୟ ପକ୍ଷରୁ ସ୍ୱାଗତ କରାଯାଇଛି । ଏ ସମ୍ପର୍କରେ ଧର୍ମଶାଳା ବ୍ଲକ ନେଉଳପୁର ଗ୍ରାମରେ ପଛୁଆବର୍ଗ ମୁସଲମାନ ବା ପସମନ୍ଦା ମାନଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଅଲ ଇଣ୍ଡିଆ ପସମନ୍ଦା ମୁସଲିମ ସମାଜ ଆୟୋଜନ କରିଥିଲେ । ସେକ ଗୁଲଫାମ ଅଲ୍ଲୀ ଙ୍କ ତତ୍ୱାବଧାନ ଓ ସେକ ସଖାୱାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ହାସୀମ ଖାନ, ସେକ ଇଲିୟାସ, ଓ ଆସିଫ ଖାନ ଯୋଗଦେଇ ସଂଖ୍ୟାଲଘୁମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଯୋଜନା ଉପରେ ଲୋକ ମାନଙ୍କୁ ବିସ୍ତୃତ ଭାବେ ଜଣାଇଥିଲେ । ଗୁଲଫାମ ଅଲ୍ଲୀ ସରକାର ଙ୍କ ବିଭିନ୍ନ ଯୋଜନା ତଥା ନେୟୀ ରୋଶନୀ ଯୋଜନା ରେ ସଂଖ୍ୟାଲଘୁ ଶ୍ରେଣୀ ର ମହିଳା ମାନଙ୍କ ମଧ୍ୟ ରେ ନେତୃତ୍ୱ ର ବିକାଶ କରିବା ଦୃତୀୟ ପଢ଼ୋ ପରଦେଶ ଏହି ଯୋଜନା ଶିକ୍ଷା ର ସ୍ୱପ୍ନ କୁ ସାକାର କରିବା ପାଇଁ ସଂଖ୍ୟାଲଘୁ ଛାତ୍ର ଛାତ୍ରୀ ଙ୍କୁ ବିଦେଶ ରେ ପଢିବା ପାଇଁ ଋଣ ଯୋଗାଇବା ତୃତୀୟ ଯୋଜନା ହେଲା ଉସ୍ତାଦ ଏହି ଯୋଜନା ରେ ସଂଖ୍ୟାଲଘୁ ସମ୍ପ୍ରଦାୟ ର ନିଜ କୌଶଳ ର ବିକାଶ ତଥା ବଜାର ସୁବିଧା ଯୋଗାଇଦେବ । ଶିଖୋ ଔର କମାଓ ଯୋଜନାରେ ସଂଖ୍ୟାଲଘୁ ସମୁଦାୟ ର ବେକାର ଯୁବକ ଯୁବତୀ ଙ୍କୁ ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶିଳ କରାଇବା । ସେହିପରି ସରକାରଙ୍କ ହୁନର ହାଟ' ଯୋଜନାରେ ସଂଖ୍ୟାଲଘୁ କାରିଗରମାନେ ତାଙ୍କ କଳା କୁ ଉପଯୁକ୍ତ ମଂଚରେ କିପରି ପ୍ରଦର୍ଶନ କରିପାରିବେ । ଭାରତ ସରକାର ସଂଖ୍ୟାଲଘୁ ସମୁଦାୟଙ୍କୁ ସଶକ୍ତ କରିବା ଓ କଲ୍ୟାଣ ପାଇଁ ଏହି ୧୫ ସୁଚି କାର୍ଯ୍ୟକ୍ରମ ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷପ ନେଇଛନ୍ତି । ଏହା ଦ୍ୱାରା ପଛୁଆବର୍ଗ ସଂଖ୍ୟାଲଘୁ ପସମନ୍ଦା ଶ୍ରେଣୀ ଏହାର ଲାଭ ଉଠାଇବା ସହିତ ପସମନ୍ଦା ମୁସଲିମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଚାକରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେକ ଆଲ୍ଲାଉଦ୍ଦିନ, ସେକ ଅଜମଲହକ ଓ ନେଉଳପୁର ଗ୍ରାମ ର ଯୁବକ ଓ ମୁରବି ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande