ଏସଆଇ ପରୀକ୍ଷା ସ୍କାମ ମାମଲା ୨୦୨୫ ମାର୍ଚ୍ଚ ମାସରୁ ଡିଲ୍ ହୋଇସାରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ
ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ରହିଛି ଚାଂଚଲ୍ୟକର ତଥ୍ୟ । ଚାର୍ଜସିଟ୍ ରେ ଉଲ୍ଲେଖ କରାଯାଇଛି ଯେ ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନ ପତ୍ର ଛାପିବା ଦାୟିତ୍ୱ ଓପିଆରବିର ରହିଥିବା ବେଳେ
ୁପଗଦହଗଦଜ୯୦ପଲ


ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ରହିଛି ଚାଂଚଲ୍ୟକର ତଥ୍ୟ । ଚାର୍ଜସିଟ୍ ରେ ଉଲ୍ଲେଖ କରାଯାଇଛି ଯେ ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନ ପତ୍ର ଛାପିବା ଦାୟିତ୍ୱ ଓପିଆରବିର ରହିଥିବା ବେଳେ ଚଂଚକତା କରି ସିଲିକନ୍ ଟେକ୍ ଏମଡି ସୁରେଶ ନାୟକ ଏକ ସେଟ ପ୍ରଶ୍ନ ପତ୍ର ଛାପି ନେଇ ଚାଲିଯାଇଥିଲେ । ପ୍ରଶ୍ନ ପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ୨୫ ଲକ୍ଷ ଟଙ୍କାରେ ପୋଲିସ ଏସଆଇ ପଦବୀ ପାଇଁ ଡିଲ୍ ହୋଇଥିଲା । ହଠାତ୍ ମାର୍ଚ୍ଚ ମାସରେ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ଗଡବଡ ହୋଇଯାଇଥିଲା । ହେଲେ ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛାପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ଉଜ୍ଜିବିତ ହୋଇଥିଲା । ପୁଣି ଡିଲ୍ ଆରମ୍ଭ ହେବା ସହ ଚାକିରି କିଣାବିକା ଜୋରସୋରରେ ଚାଲିଥିଲା। ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ୱ ଓପିଆରବି ର ରହିଥିବା ବେଳେ ୫ ଟି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓପିଆରବି କୁ ଦେଇଥିଲା ସିଲିକନ୍ ଟେକ୍ ଲ୍ୟାବ ଏମଡି ସୁରେଶ ନାୟକ । ସେଟ ନମ୍ବର ୫ ପ୍ରଶ୍ନପତ୍ର ଛାପିବା ପାଇଁ ଓପିଆରବି କହିଥିଲା । ହେଲେ ଚଞ୍ଚକତା କରି ସୁରେଶ ଛାପିଥିଲେ ସେଟ ନମ୍ବର ୩ । କାରଣ ୨୫ ଲକ୍ଷ ଟଙ୍କା ନେଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଏହି ପ୍ରଶ୍ନପତ୍ର ବଂଟା ସାରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଓପିଆରବିର ନୀରବତା । ଏ ସବୁ ଡିଲ୍ ବାବଦରେ ଓପିଆରବି ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ସେ ନେଇଓପିଆରବି ର ଏସପି ବଳଭଦ୍ର ଦୀପ ଓ ସେକସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ପଚରାଉଚରା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande