ସ୍କୁଲରେ ପାଳନ ହେବ ପଠନ ଅଭିଯାନ- ପଢିବା ଗଢିବା ଓଡିଶା
ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ସ୍କୁଲ ରେ ପାଳନ ହେବ ରିଡିଙ୍ଗ କ୍ୟାମ୍ପେନ ପଢିବା ଗଢିବା ଓଡିଶା ୨୦୨୫ - ୨୬ଫ ଏହି କ୍ୟାମ୍ପେନ ସମସ୍ତ ପିଏମଶ୍ରୀ ସ୍କୁଲ ମାନଙ୍କରେ ପାଳନ କରିବ ପାଇଁ ଓସେପା ପକ୍ଷରୁ ନୋଟିସ ଜାରି ହୋଇଛି। କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ସ୍କୁଲ ପିଲାମନଙ୍କ ପଢିବା ଶୈଳୀ କୁ ସୁଦୃଢ଼
ସ୍କୁଲରେ ପାଳନ ହେବ ପଠନ ଅଭିଯାନ- ପଢିବା ଗଢିବା ଓଡିଶା


ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ସ୍କୁଲ ରେ ପାଳନ ହେବ ରିଡିଙ୍ଗ କ୍ୟାମ୍ପେନ ପଢିବା ଗଢିବା ଓଡିଶା ୨୦୨୫ - ୨୬ଫ ଏହି କ୍ୟାମ୍ପେନ ସମସ୍ତ ପିଏମଶ୍ରୀ ସ୍କୁଲ ମାନଙ୍କରେ ପାଳନ କରିବ ପାଇଁ ଓସେପା ପକ୍ଷରୁ ନୋଟିସ ଜାରି ହୋଇଛି। କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ସ୍କୁଲ ପିଲାମନଙ୍କ ପଢିବା ଶୈଳୀ କୁ ସୁଦୃଢ଼ ଓ ସ୍ପଷ୍ଟ କରାଇବା। ଆସନ୍ତା ଜାନୁଆରୀ ୬ ରୁ ୧୦ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ସ୍କୁଲ ସ୍ତରରେ କାର୍ଯ୍ୟକ୍ରମ ପରେ ଜିଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେବ। ସ୍କୁଲ ଏହି କାର୍ଯ୍ୟକ୍ରମକୁ ୫ ଦିନିଆ କରିପାରିବେ। ୪ ଦିନ କ୍ଲାସରୁମ ଆକ୍ଟିଭିଟି ସହ ,ପ୍ରଦର୍ଶନୀ ମଧ୍ୟ କରାଯାଇ ପାରିବ। ଏଥିପାଇଁ ସ୍କୁଲ ବାବଦରେ ୪୦,୦୦୦ ଟଙ୍କା ବଜେଟ ଆଲୋକେସନ ହୋଇଛି।

ପଢିବା ଗଢିବା ଓଡିଶା ୨୦୨୬ ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ ଜାରି କରାଯାଇଛି ।ଶିଶୁ ବଟିକାରୁ ନେଇ ୨ କ୍ଲାସ ପିଲାଙ୍କ ପାଇଁ ଚିତ୍ର ଦେଖି ଉତର ରଖିବେ। ପିକଚର ୱାର୍ଡ ମ୍ୟାଚିଂ , ଷ୍ଟୋରୀ ୱାକ୍‌। ସେହିଭଳି ୩ରୁ ୫ କ୍ଲାସ ଯାଏ ପିଲାଙ୍କ ନିମନ୍ତେ ପୋଷ୍ଟର ମେକିଂ,ବୁକ୍ ରିଭ୍ୟୁଜ୍ , କ୍ଲାସ୍ ୬ ରୁ ୮ ଯାଏ ପିଲା କରିପାରିବେ ସ୍ଲୋଗାନ ମେକିଂ, ଫୋଟୋ କୋଲାଜ୍ ,ୱାନ୍ ମିନିଟ୍ ନାରେସନ୍ ।ସେହିପରି ୯ ରୁ ୧୨ କ୍ଲାସ୍ ପିଲାଙ୍କ ପାଇଁ ପୋଏମ୍ ରାେଇଟିଂ ଭଳି ବିଷୟ ରଖାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande