ସତ୍ୟସାଇ ବାବାଙ୍କ ପବିତ୍ର ବାର୍ଷିକ ଉତ୍ସବ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଧର୍ମଶାଳା,୬ଜାନୁଆରୀ(ହି.ସ.) - ଗାଁଠାରୁ ପଲ୍ଲୀ ପଲ୍ଲୀ ପର୍ଯ୍ୟନ୍ତ ଭଗବାନ ସତ୍ୟବାଇ ବାବାଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଉଥିବା ବେଳେ ଗାଁ ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ଯାଜପୁର ଜିଲା ମହେଶ୍ୱରପୁର ପଂଚାୟତ ନିଶ୍ଚନ୍ଦା ବେଣୀପୁରଠାରେ ସତ୍ୟ ସାଇ ଭଜନ କେନ
ସତ୍ୟସାଇ ବାବାଙ୍କ ପବିତ୍ର ବାର୍ଷିକ ଉତ୍ସବ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର


ଧର୍ମଶାଳା,୬ଜାନୁଆରୀ(ହି.ସ.) - ଗାଁଠାରୁ ପଲ୍ଲୀ ପଲ୍ଲୀ ପର୍ଯ୍ୟନ୍ତ ଭଗବାନ ସତ୍ୟବାଇ ବାବାଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଉଥିବା ବେଳେ ଗାଁ ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ଯାଜପୁର ଜିଲା ମହେଶ୍ୱରପୁର ପଂଚାୟତ ନିଶ୍ଚନ୍ଦା ବେଣୀପୁରଠାରେ ସତ୍ୟ ସାଇ ଭଜନ କେନ୍ଦ୍ର ପକ୍ଷରୁ ସାଇବାବାଙ୍କ ୧୮ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃକାଳରୁ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନ କରାଯିବା ସହିତ ବାବାଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅଭିଯଜ୍ଞ ଡାକ୍ତରୀ ଦଳ ସ୍ୱେଚ୍ଛାସେବୀଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ । ଅଂଚଳରେ ଏଭଳି ରକ୍ତଦାନ ଶିବିରକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଭଜନ ମଣ୍ଡଳୀ ଆବାହକ ଗୋପାଳ ସାମଲ,ଜୟନ୍ତୀ ପଲେଇଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟ/ସଭ୍ୟା ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande