
ଇାଙ୍ଗାଲୁର, ୦୮ ଜାନୁଆରି (ହି.ସ.) – କେନ୍ଦ୍ର ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେ ଭିବି-ଜି ରାମ ଜୀଙ୍କ ବିଷୟରେ ମିଥ୍ୟା ପ୍ରଚାର କରି ବିଭ୍ରାନ୍ତ କରୁଛି । ସେ ଦାବି କରିଥିଲେ ଯେ, ଭିବି-ଜି ରାମଜୀ ଆଇନ ବ୍ୟାପକ ଦୁର୍ନୀତି, ଅନିୟମିତତା ଏବଂ ତ୍ରୁଟିକୁ ପର୍ଦ୍ଦାଫାସ କରିବା ପାଇଁ ଅଣାଯାଇଛି, ଯାହା କଂଗ୍ରେସକୁ ବିଚଳିତ କରୁଛି ।
ଗୁରୁବାର ବେଙ୍ଗାଲୁରରେ ଗଣମାଧ୍ୟମ ସହିତ କଥାବାର୍ତା ସମୟରେ ପ୍ରହଲ୍ଲାଦ ଯୋଶୀ କଂଗ୍ରେସ ଉପରେ ଯୋଜନା ବିଷୟରେ ଜାଣିଶୁଣି ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ, ଭିବି-ଜି ରାମଜୀ ଆଇନରେ ଏଆଇ ପ୍ରଯୁକ୍ତିବିଦ୍ୟା ଏବଂ ଜିପିଏସ ଟ୍ରାକିଂ କାର୍ଯ୍ୟକାରୀ କରାଯାଇଛି ଏବଂ କାମର ଗୁଣବତା ମଧ୍ୟ ଯାଂଚ କରାଯାଉଛି । ସେ କହିଥିଲେ ଯେ, ଏହା କଂଗ୍ରେସର ସେହି ମଧ୍ୟସ୍ଥିମାନଙ୍କୁ ଅସୁବିଧାର ସମ୍ମୁଖୀନ କରୁଛି ଯେଉଁମାନେ ଶୀଘ୍ର ଟଙ୍କା ରୋଜଗାର କରୁଥିେ, ତେଣୁ ସେମାନେ ଏହାକୁ ବିରୋଧ କରୁଛନ୍ତି ।
ସେ କହିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ମନରେଗାରେ ୧୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ କଂଗ୍ରେସ ବିରୋଧ କରିନଥିଲା । ୨୦୧୩ ସିଏଜି ରିପୋର୍ଟ ଅନୁଯାୟୀ, ଦେଶରେ ୪.୩ ନିୟୁତ ନକଲି ଜବ୍ କାର୍ଡ଼ ଥିଲା । ପୂର୍ବରୁ ଏହି କାର୍ ଗୁଡ଼ିକୁ ଜେସିବି ମେସିନ୍ ବ୍ୟବହାର କରି କାମ କରିବା ପାଇଁ ବ୍ୟବହାର କରାଯାଉଥିଲା । ଯୋଶୀ ସ୍ପଷ୍ଟ କରିଛନ୍ତି ଯେ, ଏହି ସମସ୍ତ ଅନିୟମିତତା ଏବଂ ତ୍ରୁଟିକୁ ପର୍ଦ୍ଦାଫାସ କରିବା ପାଇଁ ଭିବିଜି ରାମଜୀ ଆଇନ ଆଇନ ଅଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ