ନେପାଳ ରାଜଧେନୀ କାଠମାଣ୍ଡୁରେ ପହଂଚିଲେ ଭାରତୀୟ ଅଭିନେତା ସଂଜୟ ଦତ୍ତ
କାଠମାଣ୍ଡୁ, 09 ଜାନୁଆରି (ହି.ସ.)- ଭାରତୀୟ ଅଭିନେତା ସଞ୍ଜୟ ଦତ୍ତ ଗୁରୁବାର ରାତିରେ ଏକ ସ୍ୱତନ୍ତ୍ର ବିମାନରେ ନେପାଳର ରାଜଧାନୀ କାଠମାଣ୍ଡୁ ପହଞ୍ଚିଛନ୍ତି। ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ସ୍ୱାଗତ ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଏବଂ ନେପାଳୀ ଚଳଚ୍ଚିତ୍
ସଂଜୟ ଦତ୍ତ


କାଠମାଣ୍ଡୁ, 09 ଜାନୁଆରି (ହି.ସ.)- ଭାରତୀୟ

ଅଭିନେତା ସଞ୍ଜୟ ଦତ୍ତ ଗୁରୁବାର ରାତିରେ ଏକ ସ୍ୱତନ୍ତ୍ର ବିମାନରେ ନେପାଳର ରାଜଧାନୀ କାଠମାଣ୍ଡୁ

ପହଞ୍ଚିଛନ୍ତି। ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ସ୍ୱାଗତ ପାଇଁ ବହୁ ସଂଖ୍ୟକ

ପ୍ରଶଂସକ ଏବଂ ନେପାଳୀ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ କଳାକାରମାନେ ଉପସ୍ଥିତ ଥିଲେ।

ସଞ୍ଜୟ ଦତ୍ତ

ନେପାଳରେ ଏକ ବହୁପ୍ରତୀକ୍ଷିତ ହିନ୍ଦୀ-ନେପାଳୀ ଚଳଚ୍ଚିତ୍ର ପ୍ରକଳ୍ପ ଏବଂ ଏକ ବ୍ୟକ୍ତିଗତ

ବ୍ୟବସାୟିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ କାଠମାଣ୍ଡୁ ଆସିଛନ୍ତି। କାଠମାଣ୍ଡୁର ଦରବାର

ମାର୍ଗ ଅଞ୍ଚଳରେ ଅବସ୍ଥିତ ପାଞ୍ଚତାରକା ହୋଟେଲ ବରାହୀରେ ନବନିର୍ମିତ ‘ବାଦଶାହ କାସିନୋ’ର ଶୁକ୍ରବାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଦଳ

ପକ୍ଷରୁ ଜଣାଯାଇଛି ଯେ ସେ ଏଠାରେ ଦୁଇ ଦିନ ରହିବେ।

ବିମାନବନ୍ଦରରେ

ମାଧ୍ୟମ ସହ ସଂକ୍ଷିପ୍ତ କଥାବାର୍ତ୍ତାରେ ସଞ୍ଜୟ ଦତ୍ତ କହିଥିଲେ ଯେ ନେପାଳ ଆସିଲେ ସେ ସବୁବେଳେ

ବିଶେଷ ଆନନ୍ଦ ଅନୁଭବ କରନ୍ତି। ସେ ନେପାଳୀ ଦର୍ଶକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି

କହିଥିଲେ ଯେ ନେପାଳ ସହ ତାଙ୍କର ଭାବନାତ୍ମକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ସେ ନେପାଳୀ

ଚଳଚ୍ଚିତ୍ର ଶିଳ୍ପ ସହ ମଧ୍ୟ କାମ କରିବାକୁ ଇଚ୍ଛୁକ। ଚଳଚ୍ଚିତ୍ର ଶିଳ୍ପ ସହ ସଂପୃକ୍ତ ଜଣାଶୁଣା

ବ୍ୟକ୍ତିମାନଙ୍କ ମତାନୁସାରେ, ସଞ୍ଜୟ ଦତ୍ତଙ୍କ ଏହି ଯାତ୍ରା ନେପାଳ ଓ ଭାରତର ଚଳଚ୍ଚିତ୍ର ଶିଳ୍ପ

ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିପାରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande