
କଲିକତା, ୦୯ ଜାନୁଆରି (ହି.ସ.) – କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶୁକ୍ରବାର କଲିକତର ଚିତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନର ନ୍ୟୁ ଟାଉନ କ୍ୟାମ୍ପସ ପରିଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ । ଦୁଇ ନେତା ହସ୍ପିଟାଲର ବିଭିନ୍ନ ବିଭାଗ ଯାଂଚ କରିଥିଲେ ଏବଂ ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ଗୁଣବତା ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ଯାଂଚ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନଙ୍କ ସହିତ ଏକ ବୈଠକ କରିଥିଲେ, ଯେଉଁଥିରେ ସେ ପ୍ରତିଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ନଡ୍ଡା କହିଛନ୍ତି ଯେ, ଚିତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନ ଦେଶରେ କର୍କଟ ଚିକିତ୍ସା, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ