
ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)- ନଦୀଗୁଡ଼ିକୁ
ପ୍ରଦୂଷଣମୁକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ, ‘ନମାମି ଗଙ୍ଗେ ମିଶନ’ ତାହାର ଅଗ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିଛି। ମିଶନର ଦ୍ୱିତୀୟ
ପର୍ଯ୍ୟାୟ ଅନ୍ତର୍ଗତ, ଆର୍ଥିକ ବର୍ଷ 2025-26ର ତୃତୀୟ ତ୍ରୈମାସିକରେ 5ଟି ନୂଆ ଏବଂ ବଡ଼ ସିୱେରେଜ୍ ଅବସଂରଚନା
ପ୍ରକଳ୍ପ ସଫଳତାର ସହିତ ଚାଲୁ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନଦୀ ସଫା ପ୍ରୟାସକୁ ଅଭୂତପୂର୍ବ
ଗତି ଦେବ।
ଜଳଶକ୍ତି ମନ୍ତ୍ରଣାଳୟ
ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ, ଏହି ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 9ଟି ପ୍ରକଳ୍ପ ଚାଲୁ ହୋଇସାରିଛି, ଯାହା ମୁଖ୍ୟ ସହର କେନ୍ଦ୍ରଗୁଡ଼ିକରେ ସିୱେଜ୍ ଶୋଧନ କ୍ଷମତାକୁ
ଗୁରୁତ୍ୱପୂର୍ଣ୍ଣ ଭାବେ ବୃଦ୍ଧି କରିଛି। ଏହି ପ୍ରକଳ୍ପଗୁଡ଼ିକ ହେଉଛି ସିୱେଜ୍ ଟ୍ରିଟମେଣ୍ଟ
ପ୍ଲାଣ୍ଟ । ଏଗୁଡ଼ିକ ଏମିତି କାରଖାନା, ଯେଉଁଠାରେ ସହରର ପ୍ରଦୂଷିତ ପାଣି (ସିୱେଜ୍)କୁ ନଦୀରେ ଛାଡ଼ିବା
ପୂର୍ବରୁ ଶୁଦ୍ଧ କରାଯାଏ।
ଏହି 5ଟି ନୂଆ ପ୍ରକଳ୍ପ
ଚାଲୁ ହେବା ସହିତ, ନମାମି
ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଚାଲୁ ହୋଇଥିବା ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟମାନଙ୍କର ମୋଟ
କ୍ଷମତା ବୃଦ୍ଧି ପାଇ 3,976 ଏମଏଲଡି (ମିଲିଅନ୍ ଲିଟର ପ୍ରତିଦିନ)କୁ ପହଞ୍ଚିଛି। ଏହା ସହ, ଚାଲୁ ହୋଇଥିବା ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ସମୁଦାୟ ସଂଖ୍ୟା
ବର୍ତ୍ତମାନ 173କୁ ପହଞ୍ଚିଛି। ଏହି ପ୍ରକଳ୍ପଗୁଡ଼ିକ ଚାଲୁ ହେବା ଦ୍ୱାରା ବିଭିନ୍ନ ରାଜ୍ୟରେ
ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନଦୀ ପୁନରୁଜ୍ଜୀବନ ପ୍ରୟାସକୁ ଗୁରୁତ୍ୱପୂର୍ଣ୍ଣ ସଶକ୍ତି ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା