
ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)- ନୌସେନା
ପ୍ରମୁଖ ଆଡମିରାଲ ଦିନେଶ କେ. ତ୍ରିପାଠୀ ସମୁଦ୍ର ମଧ୍ୟକୁ ଯାଇ ପୂର୍ବୀ ନୌସେନା କମାଣ୍ଡର ଅପରେସନାଲ
ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ବିପଦପୂର୍ଣ୍ଣ ପରିବେଶରେ କରାଯାଇଥିବା ଅନେକ ଉନ୍ନତ
ପରିଚାଳନାମୂଳକ ଅଭ୍ୟାସ ଦେଖିବା ପରେ, ଏପରି ପ୍ରସ୍ତୁତି ଓ ବୃତ୍ତିଗତତାକୁ ଭାରତର ଜାତୀୟ ସାମୁଦ୍ରିକ ହିତ
ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ।
ତାଙ୍କୁ ବିଭିନ୍ନ
ପ୍ଲାଟଫର୍ମ ଏବଂ ଅପରେସନାଲ ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା, ଯେଉଁଥିରେ ପୂର୍ବୀ ନୌସେନା ବେଡ଼ାର ସାମୁଦ୍ରିକ ଅଭିଯାନର
ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମରେ କାର୍ଯ୍ୟକ୍ଷମ ଭାବେ କାମ କରିବାର କ୍ଷମତା ଉପରେ ବିଶେଷ ଜୋର
ଦିଆଯାଇଥିଲା।
ନୌସେନା ପ୍ରମୁଖ ବେଡ଼ାର
ଯୁଦ୍ଧାଭ୍ୟାସ, ଅସ୍ତ୍ର
ଫାୟରିଂ ଏବଂ ଉଡାଣ ସଞ୍ଚାଳନ ଦେଖିବା ପରେ ନୌସେନିକମାନଙ୍କୁ ସମ୍ବୋଧନ କରି, ନିରନ୍ତର ଉଚ୍ଚ ଅପରେଶନାଲ ଗତି ରଖିବା ପାଇଁ ପୂର୍ବୀ ନୌସେନା
କମାଣ୍ଡକୁ ପ୍ରଶଂସା କରିଥିଲେ। ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ପ୍ଲାଟଫର୍ମଗୁଡ଼ିକୁ ରକ୍ଷା କରିବା, ଅସ୍ତ୍ର ବିତରଣରେ ସଠିକତା ହାସଲ କରିବା ଏବଂ କଠିନ ଅପରେଶନାଲ
ପରିସ୍ଥିତିରେ ମିଶନକୁ ସଫଳ ଓ ପ୍ରଭାବଶାଳୀ କରିବା ଉପରେ ତାଙ୍କର କେନ୍ଦ୍ରୀଭୂତ ଧ୍ୟାନକୁ ପ୍ରଶଂସା
କରିଥିଲେ।
ଆଡମିରାଲ ତ୍ରିପାଠୀ
ସମ୍ପୂର୍ଣ୍ଣ ଭାବେ ନେଟୱାର୍କ ହୋଇଥିବା ଅପରେସନାଲ ପରିବେଶରେ ଆଧୁନିକ ଅସ୍ତ୍ର, ସେନ୍ସର ଏବଂ କ୍ରୁ-ବିହୀନ (ବିନା ମାନବଚାଳିତ) ପ୍ରଣାଳୀଗୁଡ଼ିକର
ସର୍ବୋତ୍ତମ ବ୍ୟବହାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଜୋର ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା