
ନୂଆଦିଲ୍ଲୀ, 09 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି 12 ଜାନୁଆରୀରେ ଅହମଦାବାଦରେ ଜର୍ମାନୀର ଚାନସେଲର ଫ୍ରେଡରିକ୍ ମର୍ଜଙ୍କ ସହିତ
ସାକ୍ଷାତ କରିବେ। ଜର୍ମାନ ଚାନସେଲର ଫ୍ରେଡରିକ ମର୍ଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମନ୍ତ୍ରଣରେ
12-13 ଜାନୁଆରୀରେ ଭାରତର ଆଧିକାରିକ ଗସ୍ତରେ ଆସୁଛନ୍ତି। ଏହା ତାଙ୍କର ଭାରତକୁ ପ୍ରଥମ ଔପଚାରିକ
ଗସ୍ତ ହେବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଶୁକ୍ରବାର ଜାରି କରାଯାଇଥିବା ଏକ ବିବୃତିରେ ଏହି
ସୂଚନା ଦେଇଛି।
ବିବୃତିରେ କୁହାଯାଇଛି ଯେ
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ 12 ଜାନୁଆରୀ ସକାଳ ପ୍ରାୟ 9:30ଟାରେ ପ୍ରଧାନମନ୍ତ୍ରୀ
ମୋଦୀ ଓ ଚାନସେଲର ମର୍ଜ ସାବରମତୀ ଆଶ୍ରମ ଦର୍ଶନ କରିବେ। ଏହା ପରେ ସକାଳ ପ୍ରାୟ 10ଟାରେ ଉଭୟ
ନେତା ସାବରମତୀ ରିଭରଫ୍ରଣ୍ଟରେ ଆୟୋଜିତ ଆନ୍ତର୍ଜାତୀୟ ଗୁଡି ମହୋତ୍ସବରେ ଅଂଶଗ୍ରହଣ କରିବେ। ତା’ପରେ ସକାଳ 11:15ଟାରୁ ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ଦ୍ୱିପକ୍ଷୀୟ
ଆଲୋଚନା ହେବ।
ବୈଠକ ସମୟରେ ଦୁହେଁ ନେତା
ଭାରତ-ଜର୍ମାନୀ ରଣନୈତିକ ସହଯୋଗରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ, ଯାହା ସମ୍ପ୍ରତି 25 ବର୍ଷ ପୂର୍ତ୍ତି କରିଛି। ଆଲୋଚନାରେ ବ୍ୟାପାର ଓ
ନିବେଶ,
ପ୍ରଯୁକ୍ତି, ଶିକ୍ଷା, କୌଶଳ ବିକାଶ ଓ ଜଳବାୟୁ ସହିତ ପ୍ରତିରକ୍ଷା ଓ ସୁରକ୍ଷା, ବିଜ୍ଞାନ, ନବୋନ୍ମେଷ ଓ ଗବେଷଣା, ହରିତ ଏବଂ ସସ୍ଥାୟୀ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ
ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ବିଶେଷ ଜୋର ଦିଆଯିବ।
ଏହା ସହିତ ପ୍ରଧାନମନ୍ତ୍ରୀ
ମୋଦୀ ଓ ଚାନସେଲର ମର୍ଜ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱର ବିଷୟଗୁଡ଼ିକ ଉପରେ ମଧ୍ୟ
ମତବିନିମୟ କରିବେ ଏବଂ ଉଭୟ ଦେଶର ବ୍ୟାପାର ଓ ଉଦ୍ୟୋଗ ଜଗତର ନେତାମାନଙ୍କ ସହିତ ସଂବାଦ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା