
ନୂଆ ଦିଲ୍ଲୀ, ୯ ଜାନୁଆରୀ (ହିସ) - କୋଲକାତାରେ ଆଇ-ପିଏସି କାର୍ଯ୍ୟାଳୟରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ ପ୍ରତିବାଦରେ ଶୁକ୍ରବାର ତୃଣମୂଳ କଂଗ୍ରେସ ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ।
ବିରୋଧୀ ସାଂସଦମାନେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରିଥିଲେ। ପରେ, ଦିଲ୍ଲୀ ପୋଲିସ ସାଂସଦମାନଙ୍କୁ ଅଟକ ରଖି ପାର୍ଲିଆମେଂଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନକୁ ନେଇଯାଇଥିଲା। ପ୍ରତିବାଦକାରୀ ସାଂସଦମାନଙ୍କ ମଧ୍ୟରେ ଡେରେକ୍ ଓ'ବ୍ରାଏନ୍, ଶତାବ୍ଦୀ ରାୟ, ମହୁଆ ମୋଇତ୍ରା, ବାପି ହାଲଦର, ସାକେତ ଗୋଖଲେ, ପ୍ରତିମା ମଣ୍ଡଳ, କୀର୍ତି ଆଜାଦ ଏବଂ ଡକ୍ଟର ଶର୍ମିଲା ସରକାର ସାମିଲ ଥିଲେ।
ସାମ୍ବାଦିକମାନଙ୍କ ସହିତ କଥାବାର୍ତା କରି ତୃଣମୂଳ ସାଂସଦ ମହୁଆ ମୋଇତ୍ରା କହିଛନ୍ତି ଯେ ଗତକାଲି ସମଗ୍ର ଭାରତ, ବିଶେଷକରି ବଙ୍ଗଳା ଦେଖିଛି ଯେ ଗୃହ ମନ୍ତ୍ରଣାଳୟ କିପରି ଇଡିର ଅପବ୍ୟବହାର କରିଛି। ସେ ଅଭିଯୋଗ କରିଥିଲେ ଯେ ଦଳ ବିଷୟରେ ରାଜନୈତିକ ଏବଂ ରଣନୈତିକ ସୂଚନା ସଂଗ୍ରହ କରିବା ପାଇଁ ଇଡି ପଠାଯାଇଥିଲା। ମମତା ବାନାର୍ଜୀ ଦଳର ସମ୍ପତିକୁ ସୁରକ୍ଷା ଦେଇଥିଲେ।
---------------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ