୧୫ଟି ଚୋରା ମୋଟରସାଇକେଲ ଜବତ, ୨ ଅଭିଯୁକ୍ତ ଗିରଫ
ଜୟପୁର, ୧୦ ଅକ୍ଟୋବର (ହି.ସ.)- ଜୟପୁର ଟାଉନ୍ ପୋଲିସ ୧୫ଟି ଚୋରା ମୋଟରସାଇକେଲ ଜବତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ହାନାଗୁଡ଼ା ଅଞ୍ଚଳର ରାହୁଲ ବାଘ ଏବଂ ନନ୍ଦପୁର ଅଞ୍ଚଳର ବଳଭଦ୍ର ପାଙ୍ଗି l ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ଅର୍ଚିତା ମିତ୍ତଲ ସୂଚ
୧୫ଟି ଚୋରା ମୋଟରସାଇକେଲ ଜବତ, ୨ ଅଭିଯୁକ୍ତ ଗିରଫ .


୧୫ଟି ଚୋରା ମୋଟରସାଇକେଲ ଜବତ, ୨ ଅଭିଯୁକ୍ତ ଗିରଫ .


ଜୟପୁର, ୧୦ ଅକ୍ଟୋବର (ହି.ସ.)- ଜୟପୁର ଟାଉନ୍ ପୋଲିସ ୧୫ଟି ଚୋରା ମୋଟରସାଇକେଲ ଜବତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ହାନାଗୁଡ଼ା ଅଞ୍ଚଳର ରାହୁଲ ବାଘ ଏବଂ ନନ୍ଦପୁର ଅଞ୍ଚଳର ବଳଭଦ୍ର ପାଙ୍ଗି l ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ଅର୍ଚିତା ମିତ୍ତଲ ସୂଚନା ଦେଇଛନ୍ତି lଗତ ମାସରେ କୋଣାର୍କ ମେଡିକାଲ୍ ଷ୍ଟୋର୍ ସାମ୍ନାରୁ ଛତିଶଗଡ଼ର ଭାବେଶ ବର୍ମାଙ୍କ ଏକ ହିରୋ ସ୍ପେଣ୍ଡର ଗାଡ଼ି ଚୋରି ହୋଇଥିଲା। ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଘଟଣାର ତଦନ୍ତ ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା l ତଦନ୍ତ ପରେ ପୋଲିସ ସମୁଦାୟ ୧୫ ବାଇକ ଜବତ କରିଛି lପୋଲିସ ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରିବା ପରେ ମିଳିଥିବା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ମୋଟ ୧୫ଟି ଦୁଇଚକିଆ ଯାନ ଜବତ ହୋଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ହିରୋ ସ୍ପ୍ଲେଣ୍ଡର, ସ୍ପ୍ଲେଣ୍ଡର ପ୍ରୋ, ସ୍ପ୍ଲେଣ୍ଡର ପ୍ଲସ୍, ହିରୋ ହୋଣ୍ଡା ଏଚ୍ଏଫ୍ ଡିଲକ୍ସ, ହିରୋ ଗ୍ଲାମର, ହୋଣ୍ଡା ସାଇନ୍, ସୁଜୁକି ଆକ୍ସେସ୍ ସ୍କୁଟି, ବଜାଜ୍ ପଲ୍ସର୍, ଟିଭିଏସ୍ ଆପାଚେ ଓ ସ୍ପ୍ଲେଣ୍ଡର ଏନ୍ଏକ୍ସଜି ଭଳି ଗାଡ଼ି ରହିଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ଓଡ଼ିଶାର ଓଡି/ଓଆର୍, ଛତିଶଗଡ଼ର ସିଜି, ଆନ୍ଧ୍ରପ୍ରଦେଶର ଏପି ଏବଂ ଉତ୍ତରପ୍ରଦେଶର ୟୁପି ପଞ୍ଜୀକରଣ ନମ୍ବର ଥିବା ବାଇକ୍ ସାମିଲ ଅଛି। ଏଥିରୁ ଏହି ଚୋରି ମାମଲାର ଆନ୍ତଃରାଜ୍ୟ ସମ୍ପର୍କ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ଛତିଶଗଡ଼ର ବସ୍ତର ଅଞ୍ଚଳ ସହ ସମ୍ପୃକ୍ତ ଏକ ହିରୋ ସ୍ପ୍ଲେଣ୍ଡର, ମାଥିଲିର ଏକ ସ୍ପ୍ଲେଣ୍ଡର ପ୍ରୋ, ବିଶାଖାପାଟଣାର ଏକ ସ୍ପ୍ଲେଣ୍ଡର ପ୍ଲସ୍, ଟିକିରିର ଏକ ହିରୋ ହୋଣ୍ଡା ଏଚ୍ଏଫ୍ ଡିଲକ୍ସ ଏବଂ ହନୁମନ୍ତପୁରର ଏକ ହିରୋ ଏଚ୍ଏଫ୍ ଡିଲକ୍ସ ରହିଛି। ସେହିପରି ଛତିଶଗଡ଼ର ଜଗଦଲପୁର ଅଞ୍ଚଳ ସହ ସମ୍ପୃକ୍ତ ଏକ ସୁଜୁକି ଆକ୍ସେସ୍ ସ୍କୁଟି ଓ ଏକ ହୋଣ୍ଡା ସାଇନ୍, ଜୟପୁରର ନ୍ୟୁ ଷ୍ଟ୍ରିଟ୍ର ଏକ ହୋଣ୍ଡା ସାଇନ୍ ଏବଂ ଜୟନଗରର ଏକ ହିରୋ ଗ୍ଲାମର ଜବତ ହୋଇଛି।ଅନ୍ୟ ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ଛତିଶଗଡ଼ର ବସ୍ତର ଅଞ୍ଚଳ ସହ ସମ୍ପୃକ୍ତ ଏକ ହିରୋ ଏଚ୍ଏଫ୍ ଡିଲକ୍ସ, ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ସାଲୁର ମଣ୍ଡଳର ଏକ ହିରୋ ହୋଣ୍ଡା ପ୍ୟାସନ୍, ପାଡୁଆର ଏକ ହିରୋ ଏଚ୍ଏଫ୍ ଡିଲକ୍ସ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ବଜାଜ୍ ପଲ୍ସର୍, କୋଟପାଡ଼ର ଏକ ନୀଳ ରଙ୍ଗର ଟିଭିଏସ୍ ଆପାଚେ ଏବଂ କୋରାପୁଟର ଡିପି କ୍ୟାମ୍ପ ଅଞ୍ଚଳର ଏକ ସ୍ପ୍ଲେଣ୍ଡର ଏନ୍ଏକ୍ସଜି ସାମିଲ ଅଛି। ଅଭିଯୁକ୍ତମାନେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରି ଏହାର ପଞ୍ଜୀକରଣ ନମ୍ବର ପରିବର୍ତ୍ତନ କରି ବିକ୍ରି କରୁଥିବା ରାକେଟ୍ ସହ ଜଡ଼ିତ ଥିବା ପୋଲିସ ଅନୁମାନ କରୁଛି l ଗିରଫ ଦୁଇ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ମାମଲା ଯାଞ୍ଚ କରାଯାଉଥିବା ବେଳେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ତେବେ ଜବତ ଗାଡ଼ିଗୁଡ଼ିକର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରି ହସ୍ତାନ୍ତର କରାଯିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି l ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏହି ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande