ଛାତ୍ର ସଂସଦ ନିର୍ବାଚନରେ ବିଜେପିକୁ ଘାରିଛି
ପରାଜୟ ଭୟ: ବିଜେଡି ପ୍ରାର୍ଥୀଙ୍କୁ ଅପହରଣ ଓ ହିଂସାର ଆଶ୍ରୟ ନେଉଛି ବିଜେପି
Bhubaneswar, 10 ଅକ୍ଟୋବର (ହି.ସ.) ବିସିଜେଡି ପ୍ରାର୍ଥୀଙ୍କୁ ଜବରଦସ୍ତି ନାମ ପ୍ରତ୍ୟାହାର ପାଇଁ ବାଧ୍ୟ କରାଯାଉଛି ବିଜେପି ସରକାରରେ ଛାତ୍ର ସଂସଦ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ନେତା ମାନେ ହିଂସା ଓ ଅପହରଣର ଆଶ୍ରୟ ନେଉଛନ
ଛାତ୍ର ସଂସଦ ନିର୍ବାଚନରେ ବିଜେପିକୁ ଘାରିଛି
ପରାଜୟ ଭୟ: ବିଜେଡି ପ୍ରାର୍ଥୀଙ୍କୁ ଅପହରଣ ଓ ହିଂସାର ଆଶ୍ରୟ ନେଉଛି ବିଜେପି


Bhubaneswar, 10 ଅକ୍ଟୋବର (ହି.ସ.)

ବିସିଜେଡି ପ୍ରାର୍ଥୀଙ୍କୁ ଜବରଦସ୍ତି ନାମ ପ୍ରତ୍ୟାହାର ପାଇଁ ବାଧ୍ୟ କରାଯାଉଛି

ବିଜେପି ସରକାରରେ ଛାତ୍ର ସଂସଦ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି

ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ନେତା ମାନେ ହିଂସା ଓ ଅପହରଣର ଆଶ୍ରୟ ନେଉଛନ୍ତି । ବିଜେପିକୁ ନିର୍ବାଚନ ପରାଜୟ ଭୟ ଘାରିଛି । ବିସିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ଚାପ ପକାଉଛନ୍ତି । ବିଜେପି ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।

ଶ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନକୁ ଅଗଣତାନ୍ତ୍ରିକ ଉପାୟରେ ଜିତିବା ପାଇଁ ବିଜେପି ସରକାର ଲାଗି ପଡିଛନ୍ତି । ବିଜେପି ନେତା ମାନେ ହିଂସା ଓ ଅପହରଣ ଆଶ୍ରୟ ନେଉଛନ୍ତି । ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ବିସିଜେଡି ପ୍ରାର୍ଥୀ ମାନଙ୍କ ଉପରେ ଚାପ ପ୍ରୟୋଗ କରି ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି । ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନାହିଁ, ସେଠାରେ ବିନା କୌଣସି କାରଣରେ ନିର୍ବାଚନ ବାତିଲ କରାଯାଉଛି । ସବୁ ଜାଣି ମଧ୍ୟ ପଦକ୍ଷେପ ନେବା ପରିବର୍ତ୍ତେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଲିଙ୍ଗଡୋ କମିଶନ ଆଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ବିଜେପି । ବିଜେପି ସରକାରରେ ଛାତ୍ର ସଂସଦ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ୟୁକେ ମହାବୀର ମହାବିଦ୍ୟାଳୟର ବିସିଜେଡି ପ୍ରାର୍ଥୀଙ୍କୁ ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନେ ଜୋରଜବରଦସ୍ତି ଅପହରଣ କରି ନେଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ବାବଦରେ ସବୁ ଜାଣି ସୁଦ୍ଧା ପୋଲିସ ପ୍ରଶାସନ ନୀରବ ରହିଛି । ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ହତ୍ୟା କରୁଛି । ବିଜେପିର ମନ୍ତ୍ରୀ, ବିଧାୟକ ଓ ନେତା ମାନେ ଅପରାଧିକ କାର୍ଯ୍ୟକଳାପ ଭିଆଉଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଅପଶକ୍ତିର ନିଶ୍ଚିତ ପରାଜୟ ହେବ ।

ଇପ୍ସିତା ସାହୁ କହିଥିଲେ ଯେ, ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ହିଂସାର ବାଟ ଆପଣାଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ଯେତେ ବି ବାହାସ୍ପୋଟ ମାରିଲେ ସୁଦ୍ଧା ନିର୍ବାଚନରେ ବିଜୟ ହେବା ଅସମ୍ଭବ । ବିଜେଡି ପ୍ରତି ଜେନ ଜି ମାନଙ୍କ ଅକୁଣ୍ଠ ସମର୍ଥନ ରହିଛି । ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ କଲେଜରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଯାହାକୁ ବିଜେପି ସରକାର ସହଜରେ ଗ୍ରହଣ କରିପାରୁନାହିଁ । ଛାତ୍ର ସଂସଦ ନିର୍ବାଚନକୁ ଅନେକ କଲେଜରେ ବିନା କୌଣସି କାରଣରେ ବାତିଲ କରାଯାଉଛି । ପଟ୍ଟାମୁଣ୍ଡାଇ ଅଞ୍ଚଳର ୟୁକେ ମହାବୀର କଲେଜର ବିସିଜେଡି ପ୍ରାର୍ଥୀଙ୍କୁ ଅପହରଣ କରି ନାମାଙ୍କନ ପ୍ରତ୍ୟାହାର କରାଇବାକୁ ବାଧ୍ୟ କରାଯାଇଛି । ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା, କିନ୍ତୁ ସେ ପ୍ରତ୍ୟାହାର କରିବାକୁ ରାଜି ନହେବାରୁ ତାଙ୍କୁ ନିସ୍ତୁକ ମାଡ ମରାଯାଇଛି । କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ନୁହେଁ ଅନ୍ୟ ଜିଲ୍ଲାରେ ମଧ୍ୟ ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନାହିଁ, ସେଠାରେ ବିଜେପି ସରକାର ନିର୍ବାଚନ ବାତିଲ କରୁଛନ୍ତି । ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ସରକାର ଲାଗି ପଡିଛନ୍ତି । ଆଗାମୀ ଦିନରେ ସରକାରଙ୍କୁ ଜେନ ଜି ଉଚିତ୍ ଜବାବ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande