
ମୁଖୀଗୁଡା,୧୦ ଅକ୍ଟୋବର( ହି.ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାବଲି ଓ ସୁନାମାଲ ଗ୍ରାମକୁ ସଂଯୋଗ କରୁଥିବା ମେଗାଲିଫ୍ଟ କେନାଲରେ ଏକ ଧଳା ରଙ୍ଗର କାର ଭାସୁଥିବା ଦେଖିବାକୁ ମିଳିଛି। କାର ଭିତରେ କେହି ଅଛନ୍ତି କି ନାହିଁ, ତାହା ଏଯାଏଁ ସୃଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ଯାଂଚ କରିବା ପରେ କାରଟି କିପରି କେନାଲକୁ ଆସିଲା ଏବଂ ଏହାର ମାଲିକ କିଏ, ସେ ସମ୍ପର୍କରେ ସୃଷ୍ଟ ତଥ୍ୟ ଜଣାପଡ଼ିବ।
ହିନ୍ଦୁସ୍ଥାନ ସମାଚାର / ନିହାର