ଚିତ୍ରୋପ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଲ୍ୟବିବାହ
କନ୍ୟାରତ୍ନଙ୍କ ଅଧିକାର ଉପରେ ସଚେତନତା ସଭା କେନ୍ଦ୍ରାପଡ଼ା, ୧୦ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରୋପ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୁଭେଂଟିକା ଆଉଟ୍ରିଚ୍'' ଆନୁକୂଲ୍
ଚିତ୍ରୋପ୍ତଳା ଉଚ୍ଛ ମାଧ୍ୟମିକ ବିଦ୍ୟାଳୟରେ ବାଲ୍ୟବିବାହ,


କନ୍ୟାରତ୍ନଙ୍କ ଅଧିକାର ଉପରେ ସଚେତନତା ସଭା

କେନ୍ଦ୍ରାପଡ଼ା, ୧୦ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରୋପ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୁଭେଂଟିକା ଆଉଟ୍ରିଚ୍' ଆନୁକୂଲ୍ୟରେ ବାଲ୍ୟବିବାହର ବିଲୋପ, ଗୁଡ଼ ଟଚ୍-ବ୍ୟାଡ଼ ଟଚ୍ ଓ କନ୍ୟାରତ୍ନଙ୍କ ଅଧିକାରରେ ନିବେଶ' ଶୀର୍ଷକ ବିଷୟବସ୍ତୁକୁ ନେଇ ଏହି ବୃହତ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମାଜରୁ ବାଲ୍ୟବିବାହ ପରି କୁସଂସ୍କାରକୁ ଦୂର କରିବା ଏବଂ କିଶୋରୀମାନଙ୍କୁ ନିଜ ସୁରକ୍ଷା ଓ ଅଧିକାର ପ୍ରତି ସଚେତନ କରିବା ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଲ୍ୟବିବାହ ଓ ଶାରୀରିକ ସୁରକ୍ଷାକୁ ଆଧାର କରି ଝୋଟି ପକାଇବା ରଙ୍ଗୋଲୀ, ଚିତ୍ରାଙ୍କନ, ତର୍କ ବା ଡିବେଟ୍ଏବଂ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସଚେତନତା ସଭା ଶେଷରେ ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟକୁରା ଅତିରିକ୍ତ ଥାନା ଅଧିକାରୀ ନିଲମ ସୋରେଙ୍ଗ ଏବଂ କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ତଥା ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସଂବର୍ଦ୍ଧନା ପ୍ରଦାନ କରିଥିଲେ। ସମାଜରେ ଝିଅମାନଙ୍କ ସୁରକ୍ଷା, ଶିକ୍ଷା ଏବଂ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏଏସ୍ଆଇ ଅଶୋକ କୁମାର ସେଠି, ଏଏସ୍ଆଇ ରେବତୀ ପରିଡ଼ା, ଅଧ୍ୟାପକ ଅକ୍ଷୟ କୁମାର ସ୍ୱାଇଁ, ନାରାୟଣ ମିଶ୍ର, ଅଧ୍ୟାପିକା ଲିପ୍ସା ଲେଙ୍କା, ବିଷ୍ନୁପ୍ରିୟ ରାଉତ, ନିବେଦିତା ପରିଡ଼ା, ଦୋଳଗୋବିନ୍ଦ ନାୟକ, ରାଇଟର ଅମୀୟ ମହାନ୍ତି, କଲେଜ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ସହ ଶପଥ ଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande