କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିରେ ସ୍ଥାନ ପାଇଲେ ବଲାଙ୍ଗୀରର ଯୁବ କ୍ରିକେଟର ଓମ୍କାର ମହାନ୍ତି ଓଡ଼ିଶା ୨୩ ବର୍ଷରୁ କମ୍ କ୍ରିକେଟ ଦଳରେ ମନୋନୀତ, ବଲାଙ୍ଗୀର କ୍ରୀଡ଼ା ମହଲରେ ଖୁସିର ଲହରୀ
ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମ୍କାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ତାଙ୍କର ଏହି ମନୋନୟନଙ୍ଗ୬ର ବଲାଙ୍ଗୀର ଜିଲ୍ଲା ପାଇଁ ଏକ ଗର୍
କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିରେ ସ୍ଥାନ ପାଇଲେ ବଲାଙ୍ଗିରର ଯୁବ କ୍ରିକେଟର ଓମକାର ମହାନ୍ତି  ଓଡ଼ିଶା ୨୩ ବର୍ଷରୁ କମ୍ କ୍ରିକେଟ ଦଳରେ ମନୋନୀତ, ବଲାଙ୍ଗିର କ୍ରୀଡ଼ା ମହଲରେ ଖୁସିର ଲହରୀ


ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମ୍କାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ତାଙ୍କର ଏହି ମନୋନୟନଙ୍ଗ୬ର ବଲାଙ୍ଗୀର ଜିଲ୍ଲା ପାଇଁ ଏକ ଗର୍ବର ବିଷୟ।

ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା ଓ ବିହାର ମଧ୍ୟରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିର ମ୍ୟାଚ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ଦୁଇଟି ମ୍ୟାଚରେ ଓମକାର ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବେ।

ଓମକାରଙ୍କ ଏହି ସଫଳତାକୁ ନେଇ ବଲାଙ୍ଗୀର କ୍ରୀଡ଼ା ସଂସଦ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଜଣେ ଯୁବ ଖେଳାଳି ଭାବେ ରାଜ୍ୟସ୍ତରୀୟ ଦଳରେ ସ୍ଥାନ ପାଇବା ବଲାଙ୍ଗୀରର କ୍ରିକେଟ ଜଗତ ପାଇଁ ଏକ ଉତ୍ସାହଜନକ ଖବର। ଏହି ସଫଳତାରେ ଜିଲ୍ଲାର କ୍ରିକେଟପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

ଓମକାର ମହାନ୍ତି ଆଗାମୀ ମ୍ୟାଚଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ତଥା ବଲାଙ୍ଗୀରର ଗୌରବ ବୃଦ୍ଧି କରନ୍ତୁ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande