ପଟାମୁଣ୍ଡାଇ ୟୁକେ ମହାବିର କଲେଜ ବିଜେଡି ଓ ବିଜେପି କର୍ମୀଙ୍କ ଭିତରେ ମାଡ଼ଗୋଳ
କେନ୍ଦ୍ରାପଡ଼ା, ୧୦ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ୟୁକେ ମହାବିର କଲେଜ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀପତ୍ରକୁ ନେଇ ଦେଖାଦେଇ ଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ପୋଲିସ ଉପସ୍ଥିତିରେ ଜିଲା ହସ୍ପିଟାଲ ଭିତରେ ବିଜେଡି ଓ ବିଜେପି କର୍ମୀଙ୍କ ଭିତରେ ମାଡ଼ଗୋଳ ଘଟି ଜ
ପଟାମୁଣ୍ଡାଇ ୟୁ, କେ ମହାବିର କଲେଜ ବିଜେଡି ଓ ବିଜେପି କର୍ମୀ ଙ୍କ ଭିତରେ ମାଡ଼ଗୋଳ


କେନ୍ଦ୍ରାପଡ଼ା, ୧୦ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ୟୁକେ ମହାବିର କଲେଜ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀପତ୍ରକୁ ନେଇ ଦେଖାଦେଇ ଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ପୋଲିସ ଉପସ୍ଥିତିରେ ଜିଲା ହସ୍ପିଟାଲ ଭିତରେ ବିଜେଡି ଓ ବିଜେପି କର୍ମୀଙ୍କ ଭିତରେ ମାଡ଼ଗୋଳ ଘଟି ଜଣେ ଆହତ ହୋଇଛନ୍ତି। ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କୁ ଆଜି କିଛି ଦୁର୍ବତ ଅପହରଣ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଦୀପଙ୍କରଙ୍କୁ ଚିକିତ୍ସା ପାଇଁ ଜିଲା ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ଦୀପଙ୍କରଙ୍କୁ ନିଜର ପ୍ରାର୍ଥୀ ବୋଲି ଦାବି କରି ଉଭୟ ବିଜେଡି ଓ ବିଜେପି ନେତା ଏବଂ ଶତାଧିକ କର୍ମୀ ହସ୍ପିଟାଲରେ ପହଂଚିଥିଲେ। ପରସ୍ପର ଭିତରେ କଥା କଟାକଟି ହୋଇ ମାଡ଼ଗୋଳ ଭଳି ସ୍ଥିତି ଉପୁଜିଥିଲା। କୌଣସି ଅଘଟଣ ଆଶଙ୍କା କରି ସଦର ପୋଲିସ ପକ୍ଷରୁ ଦୁଇ ସେକସନ ଫୋର୍ସ ମୁତୟନ କରାଯାଇଥିଲା। ତେବେ ପରିସ୍ଥିତି ଅଣାୟତ ହେବାରୁ ପୋଲିସ ସଭାପତି ପ୍ରାର୍ଥୀ ଦୀପଙ୍କରଙ୍କୁ ଡିସଚାର୍ଜ କରି ଦେଇଥିଲା। ଦୀପଙ୍କର ଡିସଚାର୍ଜ ହୋଇ ଚାଲିଯିବା ପରେ ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ କ୍ୟାମ୍ପସ। ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କ ଭିତରେ ମାଡ଼ପିଟ ଆରମ୍ଭ ହୋଇଯାଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା। ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତଥାପି ପରିସ୍ଥିତି ଉତେଜନାମୂଳକ ରହିଚି। ଘଟଣା ଉପରେ ପୋଲିସ ନଜର ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande