ସିଏସଆର୍ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା ବୈଠକରେ ଯୋଗଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ସମ୍ବଲପୁର ଜିଲ୍ଲାରେ ଶିଳ୍ପାନୁଷ୍ଠାନଗୁଡ଼ିକ ଦ୍ୱାରା ଅନୁଷ୍ଠିତ ସିଏସଆର୍ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା ବୈଠକରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସାଂସଦଙ୍କ ସହ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ
dp


ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ସମ୍ବଲପୁର ଜିଲ୍ଲାରେ ଶିଳ୍ପାନୁଷ୍ଠାନଗୁଡ଼ିକ ଦ୍ୱାରା ଅନୁଷ୍ଠିତ ସିଏସଆର୍ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା ବୈଠକରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସାଂସଦଙ୍କ ସହ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଶିଳ୍ପାନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା, ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ, ରାସ୍ତାପାର୍ଶ୍ୱରେ ଆଲୋକୀକରଣ, ସିସିଟିଭିକୁ ଗୁରୁତ୍ୱ ଏବଂ ଆଖପାଖ ଅଂଚଳଗୁଡ଼ିକର ପାରିପାର୍ଶ୍ୱିକ ବିକାଶ ଉପରେ ଆଲୋଚନା ହୋଇଥିଲା। ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନୀଗୁଡ଼ିକ ନିୟମିତ ଜଳ ସିଂଚନ ଏବଂ ପରିବେଶ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କଳକାରଖାନା ଓ ଖଣି ପ୍ରତିଷ୍ଠା ସହ ପରିବେଶ ସୁରକ୍ଷା ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସବୁବେଳେ ଆମର ପ୍ରାଥମିକତା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande