ସାଲେଭଟା ଗମ୍ଭୀରାରେ ଧବଳମୁଖୀ ବେଶରେ ମା ପାଟଣେଶ୍ୱରୀ ଓ ସମଲେଶ୍ୱରୀ
ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ଐତିହ୍ୟ ସମ୍ପନ୍ନ ବଲାଙ୍ଗୀର ଜିଲ୍ଲା ସାଲେଭଟା ଗ୍ରାମର ଗମ୍ଭୀରାରେ ଧବଳମୁଖୀ ବେଶରେ ପୂଜା ପାଉଛନ୍ତି ଦୁଇ ଭଉଣୀ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ। ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। ଭକ୍ତିମୟ ପରିବେଶ ମଧ୍ୟରେ ମ
ସାଲେଭଟା ଗମ୍ଭୀରାରେ ଧବଳମୁଖୀ ବେଶରେ ମା’ ପାଟଣେଶ୍ୱରୀ ଓ ସମଲେଶ୍ୱରୀ


ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ଐତିହ୍ୟ ସମ୍ପନ୍ନ ବଲାଙ୍ଗୀର ଜିଲ୍ଲା ସାଲେଭଟା ଗ୍ରାମର ଗମ୍ଭୀରାରେ ଧବଳମୁଖୀ ବେଶରେ ପୂଜା ପାଉଛନ୍ତି ଦୁଇ ଭଉଣୀ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ। ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରୁଛନ୍ତି। ଲୋକବିଶ୍ୱାସ ଅନୁଯାୟୀ, ଏହି ପବିତ୍ର ଧବଳମୁଖୀ ବେଶରେ ମା’ଙ୍କ ଦର୍ଶନ କଲେ ଜୀବନରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ନେଇ ଦୂରଦୂରାନ୍ତରୁ ଭକ୍ତମାନେ ସାଲେଭଟା ଗମ୍ଭୀରାକୁ ଆସି ମା’ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି। ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ଏହି ଦିବ୍ୟ ବେଶ ଅଂଚଳର ଧାର୍ମିକ ଆସ୍ଥା ଓ ପରମ୍ପରାକୁ ଆହୁରି ଉଜ୍ଜ୍ୱଳ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande