
ଖୋର୍ଦ୍ଧା, 10 ଅକ୍ଟୋବର (ହି.ସ.) ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ବେଆଇନ ଖଣି ଉପରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୭ଟି ଜେସିବି ଓ ୫ଟି ମୋରମ ବୋଝେଇ ହାଇୱା ଜବତ କରାଯାଇଛି। ଘଟଣାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଶିଳ୍ପାଞ୍ଚଳ ଥାନା ଅଧୀନ ପାଇକ ତିଗିରିଆ, ଅରାଙ୍ଗ ଓ କୁମାରବସ୍ତୁ ଅଞ୍ଚଳରେ ବିଭିନ୍ନ ବେଆଇନ ଖଣି ଖନନ ଚାଲିଥିବା ଖବର ପାଇ ପୋଲିସ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ ଭୋର ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଖଣି ଖନନରେ ବ୍ୟବହୃତ ୭ଟି ଜେସିବି ମେସିନ୍ ଏବଂ ମୋରମ ବୋଝେଇ ୫ଟି ହାଇୱା ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଥିଲା
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ