ଇନରହୁଇଲ୍ କ୍ଲବର ଜିଲ୍ଲା ଚେୟାରମ୍ୟାନ୍ ଡଃ ମଞ୍ଜୁଷା ବୈଶମ୍ପାୟନଙ୍କ ଅଫିସିଆଲ୍ ଗସ୍ତ କାର୍ଯ୍ୟକ୍ରମ
କେନ୍ଦୁଝର, ୧୦ ଅକ୍ଟୋବର (ହି.ସ.) - କେନ୍ଦୁଝର ସହରସ୍ଥିତ ରୋଟାରୀ ଭବନ ପରିସରରେ ଇନରହୁଇଲ୍ କ୍ଲବର ଜିଲ୍ଲା ଚେୟାରମ୍ୟାନ୍ ଡଃ ମଞ୍ଜୁଷା ବୈଶମ୍ପାୟନଙ୍କ ଅଫିସିଆଲ୍ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନରହୁଇଲ୍ କ୍ଲବ କେନ୍ଦୁଝରର ସଭାନେତ୍ରୀ ସର୍ବାଣୀ ମହାପାତ୍ରଙ୍କ ନେତୃତ୍ୱରେ ଏହି ଦିନିକିଆ କ
Inner wheel


କେନ୍ଦୁଝର, ୧୦ ଅକ୍ଟୋବର (ହି.ସ.) - କେନ୍ଦୁଝର ସହରସ୍ଥିତ ରୋଟାରୀ ଭବନ ପରିସରରେ ଇନରହୁଇଲ୍ କ୍ଲବର ଜିଲ୍ଲା ଚେୟାରମ୍ୟାନ୍ ଡଃ ମଞ୍ଜୁଷା ବୈଶମ୍ପାୟନଙ୍କ ଅଫିସିଆଲ୍ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନରହୁଇଲ୍ କ୍ଲବ କେନ୍ଦୁଝରର ସଭାନେତ୍ରୀ ସର୍ବାଣୀ ମହାପାତ୍ରଙ୍କ ନେତୃତ୍ୱରେ ଏହି ଦିନିକିଆ କାର୍ଯ୍ୟକ୍ରମରେ ବିଭିନ୍ନ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଥମେ ପୁରୁଣାବଜାରସ୍ଥିତ ବେଦ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରାଯିବା ସହ ସେମାନଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷାକୁ ଦୃଷ୍ଟିରେ ରଖ୍ ଏକ ହାତଧୁଆ ବେସିନ୍ ସ୍ଥାପନ କରାଯାଇଥିଲା। ପରେ ଆଟୋପୁର ଛକଠାରେ ଏକ ରାସ୍ତା ସୁରକ୍ଷା ସମ୍ବନ୍ଧୀୟ ପ୍ରତିଷ୍ଠାନର ଉଦ୍ଘାଟନ ଡଃ ମଞ୍ଜୁଷା ବୈଶମ୍ପାୟନଙ୍କ କରକମଳରେ କରାଯାଇଥିଲା। ସେହିପରି ଆଦୃତ ଅନାଥାଶ୍ରମର ପିଲାମାନଙ୍କ ସାଂସ୍କୃତିକ ଓ ସଙ୍ଗୀତ ଶିକ୍ଷାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କ୍ଲବ ପକ୍ଷରୁ ଏକ ତବଲା ପ୍ରଦାନ କରାଯାଇଥିଲା। ଏହାପରେ ରୋଟାରୀ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାରେ ଅଧୂକରୁ ଅଧୂକ ଉନ୍ନତିମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଆଲୋଚନା ସହ ନିଷ୍ପତି ଗ୍ରହଣ କରାଯାଇଥିଲା। କେନ୍ଦୁଝର କ୍ଲବର ସମ୍ପାଦିକା ମିନତୀ ମହାପାତ୍ରଙ୍କ ସମେତ ସମସ୍ତ ସଦସ୍ୟା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande