




ସମ୍ବଲପୁର, ୧୦, ଅକ୍ଟୋବର (ହି.ସ.) - ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ହୀରାକୁଦ ଥାନା ପୋଲିସ ଲରପଙ୍କ ଖରିଆପଡ଼ା ଅଂଚଳରେ ଚାଲିଥିବା ଜୁଆ ଆସରରେ ଚଢ଼ାଉ କରି ୧୫ ଜଣଙ୍କୁ ବାନ୍ଧିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ହୀରାକୁଦ ଥାନାରେ ୨୧୩/୨୬ ରେ ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନା ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଜୁଆ ଆସର ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରି ନଗଦ ୨ ଲକ୍ଷ ୭୨ ହଜାର ୪୬୦ ଟଙ୍କା, ୩ ମୁଠା ନୂଆ ତାସ୍ ଓ ୧୪ଟି ମୋବାଇଲ୍ ଫୋନ୍ ଜବତ କରିଥିଲା । ଆସରରେ ଖେଳୁଥିବା ଜୁଆଡି ମାନଙ୍କର ମୋଟ୍ ୭ଟି ବାଇକ୍ ଓ ସ୍କୁଟର୍ ସମେତ ୪ଟି କାର୍ ମଧ୍ୟ ଜବତ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ