


ଘୋଷାଣ କଲେ ପୋଲିସ ଆଇଜି ହିମାଂଶୁ କୁମାର ଲାଲ
କନ୍ଧମାଳ, ୧୦ ଅକ୍ଟୋବର(ହି.ସ.) – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦେଶ ମାର୍ଚ୍ଚ ୨୦୨୯ ସୁଦ୍ଧା ସାରା ଭାରତ ବର୍ଷ ନିଶା ମୁକ୍ତ ଦେହ ଏହି କର୍ମରେ ଓଡ଼ିଶା ମଧ୍ୟ ନିଶାମୁକ୍ତ ହେବ। କିନ୍ତୁ ୨୦୨୭ ସୁଦ୍ଧା କନ୍ଧମାଳ, ବୌଦ ଜିଲ୍ଲାରୁ ଗଞ୍ଜେଇ ମୁକ୍ତ ହେବ ବୋଲି ଆଜି ଫୁଲବାଣୀ ଠାରେ ଏକ କାର୍ଯ୍ୟ କର୍ମରେ ଘୋଷାଣ କଲେ ପୋଲିସ ଆଇଜି ତଥା ଏନ୍ଟିଏସ୍ ହିମାଂଶୁ କୁମାର ଲାଲ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନିର୍ଦ୍ଦେଶ ମୁତାବକ ୨୦୨୯ ସୁଦ୍ଧା ଦେଶକୁ ଗଞ୍ଜେଇ ମୁକ୍ତ ଘୋଷଣାକୁ ଗୁରୁତ୍ୱ ଦେଇ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ପଂଚାୟତ ଭବନ ଠାରେ ପୋଲିସ ଦ୍ୱାରା ଆୟାଜିତ ନିଶାମୁକ୍ତ ଓଡ଼ିଶା ଅଭିଯାନ। ଜିରୋ କାନାବିସ୍ କଲ୍ଟିଭେସନ୍ କାର୍ଯ୍ୟକ୍ରମ ମାଧ୍ୟମରେ(ଏଏନ୍ଟିଏଫ୍) ପୋଲିସ ମହାନିର୍ଦ୍ଦେଶକ ହିମାଂଶୁ କୁମାର ଲାଲ କନ୍ଧମାଳ ଓ ବୌଦ୍ଧକୁ ମାର୍ଚ୍ଚ ୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ କରାଯିବ ବୋଲି ଘୋଷାଣ କରିଛନ୍ତି। ଗଞ୍ଜେଇ ମୁକ୍ତ ନିମନ୍ତେ ଯଥେଷ୍ଟ ଅର୍ଥ ଯୋଗାଇ ଦିଆଯିବା ସହ ଅଧିକ ୪୦ ପ୍ଲାଟୁନ୍ ଫୋର୍ସ ଯୋଗାଇ ଦିଆଯିବ। ଗୁଗଲ୍, ଷ୍ଟେରଲାଇଟ୍, ସହ ପୂର୍ବରୁ ନକ୍ସଲ ଦମନ ପାଇଁ ବ୍ୟବହୃତ ସମସ୍ତ ଡ୍ରୋନ୍କୁ ବ୍ୟବହାର କରାଯିବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରୁ ୨୪ ଘଂଟା ନଜର ରଖାଯିବ। ପ୍ରତ୍ୟକ ଅଂଚଳ ରେଞ୍ଜର, ବିଡିଓ, ତହସିଲଦାର, ଏକ୍ସାଇଜ ବିଭାଗ ନିଜ ନିଜ ଅଂଚଳର ଗଞ୍ଜେଇ ଚାଷ ଉପରେ ଦୃଷ୍ଟି ରଖି ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ କିଭଳି ଚାଷ ହୋଇପାରିବ ନାହିଁ ସେଥିପ୍ରତି ଦୃଷ୍ଟିଦେବେ। ପ୍ରତିମାସରେ ତାହାର ରିପୋର୍ଟ ଦେବେ। ଯେଉଁମାନେ ଚାଷ କରିବେ ସେମାନଙ୍କୁ ଅଂଚଳର ଆଇଆଇସିମାନେ ଗିରଫ କରି କୋର୍ଟଚାଲାଣ କରିବେ ଏବଂ ଯେଉଁ ଅଧିକାରୀମାନେ ଅଧିକାରୀ କିମ୍ବା କର୍ମଚାରୀମାନେ ଗଞ୍ଜେଇ ଚାଷକୁ ସହଯୋଗ କରିବେ ସେମାନଙ୍କୁ ଧାରା ୪୭ ଅନୁଯାଇ ଦଣ୍ଡିତ କରାଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଏନ୍ଟିଏଫ୍ , ଡିଆଇଜି କନୱର ବିଶାଲ ସିଂ, ଏନ୍ସିବି, ଆଇଆର୍ଏସ୍ ନିର୍ଦ୍ଦେଶକ କୁନାଲ କୁମାର, ଏକ୍ସସାଇଜ ଡେପୁଟି କମିଶନର ମୋନଜ ସେଠୀ, କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ, ବୌଦ୍ଧ ଜିଲ୍ଲା ଏସ୍ପି କୁଲଦୀପ ମୀନାଙ୍କ ସମେତ ଉଭୟ ଜିଲ୍ଲାର ପୋଲିସ ଅଧିକାରୀ, ବନବିଭାଗର ଏସ୍ସିଏଫ୍ଓ, ରେଞ୍ଜର, ଫରେଷ୍ଟ ଗାର୍ଡ, ସମସ୍ତ ବ୍ଲକର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ