
ବଲାଙ୍ଗୀର, ୧୦ ଅକ୍ଟୋବର(ହି.ସ.) – ଆଜି ମହାଳୟାରେ ଲୋଇସିଂହା ବ୍ଲକ କୁଜଙ୍ଗ ଗ୍ରାମରେ ମା ମାକୁଶଙ୍ଗାଇ ପିଠରେ ମା ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲେ. ମନ୍ଦିରର ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରୁଛନ୍ତି। ଲୋକବିଶ୍ୱାସ ଅନୁଯାୟୀ, ଏହି ପବିତ୍ର ଧବଳମୁଖୀ ବେଶରେ ମା’ଙ୍କ ଦର୍ଶନ କଲେ ଜୀବନରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ନେଇ ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି। ମା'କୁଶଙ୍ଗାଇ ଏହି ଦିବ୍ୟ ବେଶ ଅଂଚଳର ଧାର୍ମିକ ଆସ୍ଥା ଓ ପରମ୍ପରାକୁ ଆହୁରି ଉଜ୍ଜ୍ୱଳ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ