
କେନ୍ଦୁଝର, ୧୦ ଅକ୍ଟୋବର (ହି.ସ.) - ଆଜି ଘଟଗାଁ ବ୍ଲକ୍ ଢ଼େଙ୍କିକୋଟ ବଜାରରେ ହେବାକୁଥିବା ମା ଶ୍ୟାମା କାଳୀ ଙ୍କ ପୁଜା ପାଇଁ ଆଜି, ମାଟିଅଣାଯାଇଛି, ମହାଳୟା ଅ୍ୱସରରେ, ପାଖ କେଲ ଦୁମା ବନ୍ଧରୁ ମାଟି ବରଣୀ ପୂଜା ପରେ କମିଟି ସଦସ୍ୟ ସହ ପୂଜକ ଆଦିତ୍ୟ ଶତପଥୀ ଯଥା ରୀତିମୁତାବକ ପୂଜା କରିଥିବା ବେଳେ, ବାଜା ମହୁରୀ, ଘଂଟ, ଘଂଟା, ସହ, ମାଙ୍କ ପୂଜା କମିଟିର ସଦସ୍ୟ, ସାତ୍ୱକ ଗିରି, ବିଜୟ ମଣ୍ଡଳ, କୁନିଆ ମଣ୍ଡଳ, ଜିତୁ ସିଂହ, ଜଗବନ୍ଧୁ ନାୟକ ପ୍ରମୁଖ ସଦସ୍ୟ ଏହି ପର୍ବରେ ପଟୁଆରରେ ଆସିଥିଲେ, ମାଙ୍କ ମୂଣ୍ମୟୀ ମୂର୍ତୀ ନିର୍ମାଣ ପାଇଁ ଆସିଥିବା, ପବିତ୍ର ମାଟିକୁ ଯଥା ସ୍ଥାନରେ ରଖା ଯାଇଛି, ପ୍ରତି ବର୍ଷ ପରି ଚଳିତ ମା ଶ୍ୟାମା କାଳୀଙ୍କ ପୂଜା କିପରି ସୁରୁଖୁର ଓ ଆକର୍ଷଣୀୟ କରାଯିବ କମିଟି ପକ୍ଷରୁ ପ୍ରସ୍ତୁତି ହେଉଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA