ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
ଜୟପୁର, ୧୦ ଅକ୍ଟୋବର (ହି.ସ.) - ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଆମ୍ବଗୁଡ଼ା ପରିସରରେ ଜୟପୁର ସଦର ଥାନା ପକ୍ଷରୁ ଶନିବାର ‘ଜୁଭେଂଟିକା’ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶ
ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ


ଜୟପୁର, ୧୦ ଅକ୍ଟୋବର (ହି.ସ.) - ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଆମ୍ବଗୁଡ଼ା ପରିସରରେ ଜୟପୁର ସଦର ଥାନା ପକ୍ଷରୁ ଶନିବାର ‘ଜୁଭେଂଟିକା’ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ ପାଢ଼ୀ, ଏସ୍ଆଇ ଦୀପକ ବାରିକ ଏବଂ ଏଏସ୍ଆଇ ପଙ୍କଜିନୀ ଶବର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ଚଳିତ ବର୍ଷର ବାର୍ତା- ‘ବାଲ୍ୟ ବିବାହର ଅନ୍ତ ଘଟାଇବା ଏବଂ ବାଳିକାଙ୍କ ଅଧିକାରରେ ବିନିଯୋଗ’ ସମ୍ପର୍କରେ କହିଥିଲେ। ଏହା ସହ ବାଲ୍ୟବିବାହ ଏକ ସାମାଜିକ କୁପ୍ରଥା ଯାହା ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାଧୀନତା ତଥା ଉଜ୍ଜ୍ୱଳ ଭବିଷ୍ୟତକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ତେଣୁ ପ୍ରତ୍ୟେକ ଝିଅ ସମ୍ମାନର ସହ ବଂଚି ଉପଯୁକ୍ତ ଶିକ୍ଷା ଲାଭ କରି ନିଜ ସ୍ୱପ୍ନ ପୂରଣ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ କମ୍ ବୟସରେ ଝିଅର ବିବାହ ନକରି ଝିଅମାନଙ୍କୁ ଉଚ୍ଚଶିକ୍ଷା ତଥା ଆତ୍ମନିର୍ଭରଶୀଳ ହେବା ଦିଗରେ ପ୍ରୋତ୍ସାହିତ କରିବା ଉଚିତ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା। ଯେଉଁଠାରେ ବାଲ୍ୟବିବାହ ଘଟୁଥିବାର ଖବର ମିଳିଲେ ତୁରନ୍ତ ପୁଲିସ କିମ୍ବା ଉପଯୁକ୍ତ ପ୍ରଶାସନିକ କର୍ତୃପକ୍ଷଙ୍କୁ ଅବଗତ କରାଇବା ସହ ସମସ୍ତେ ଏକତ୍ରିତ ହୋଇ ଏକ ବାଲ୍ୟବିବାହମୁକ୍ତ ସମାଜ ଗଠନ କରିବା ସହ କନ୍ୟା ସନ୍ତାନକୁ ସୁରକ୍ଷିତ ଓ ଶିକ୍ଷିତ କରିବାକୁ ସଂକଳ୍ପ ନିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande