ନକଲି ବାଇକ୍ ପାର୍ଟସ କାରଖାନା ଉପରେ ପୋଲିସର ଚଢ଼ଉ, ସାମଗ୍ରୀ ଜବତ : ହିରୋ କମ୍ପାନୀର ଷ୍ଟିକର ଲଗାଇ ବିକ୍ରି ଅଭିଯୋଗ, ଟେଷ୍ଟିଂ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ
ମାଲକାନଗିରି, ୧୦ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏମପିଭି -୨୩ ଗ୍ରାମ ନିକଟରେ ଥିବା ପ୍ରିତିସ୍ ଅଟୋମୋବାଇଲ୍ସ ଇଣ୍ଡଷ୍ଟ୍ରି ଉପରେ କାଲିମେଳା ପୋଲିସ ଚଢ଼ଉ କରିଛି। ଅଭିଯୋଗ ଅନୁସାରେ, ଉକ୍ତ ଇଣ୍ଡଷ୍ଟ୍ରିରେ ବାହାରୁ ମୋଟରସାଇକେ
ନକଲି ବାଇକ୍ ପାର୍ଟସ କାରଖାନା ଉପରେ ପୋଲିସର ଚଢ଼ାଉ, ସାମଗ୍ରୀ ଜବତ  ହିରୋ


ମାଲକାନଗିରି, ୧୦ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏମପିଭି -୨୩ ଗ୍ରାମ ନିକଟରେ ଥିବା ପ୍ରିତିସ୍ ଅଟୋମୋବାଇଲ୍ସ ଇଣ୍ଡଷ୍ଟ୍ରି ଉପରେ କାଲିମେଳା ପୋଲିସ ଚଢ଼ଉ କରିଛି। ଅଭିଯୋଗ ଅନୁସାରେ, ଉକ୍ତ ଇଣ୍ଡଷ୍ଟ୍ରିରେ ବାହାରୁ ମୋଟରସାଇକେଲର ବିଭିନ୍ନ ନିମ୍ନମାନର ପାର୍ଟସ ଆଣି ନିଜେ ରଙ୍ଗ କରି ହିରୋ କମ୍ପାନୀର ଅସଲି ଷ୍ଟିକରିଙ୍ଗ ଲଗାଇ ବିଭିନ୍ନ ଦୋକାନୀଙ୍କୁ ଅଧିକ ଦାମରେ ବିକ୍ରି କରାଯାଉଥିଲା । ଏନେଇ ଖବର ପାଇ କାଲିମେଳା ପୋଲିସ ଉକ୍ତ ସ୍ଥାନରେ ଚଢ଼ଉ କରି କିଛି ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ନକଲି ନା ଅସଲି ଜାଣିବା ପାଇଁ ପରୀକ୍ଷା ପାଇଁ ପଠାଯାଇଛି ।

ଏ ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଏସପି ରାଜକିଶୋର ଦାସ କହିଛନ୍ତି ଯେ, ଜବତ ସାମଗ୍ରୀର ଟେଷ୍ଟିଂ ରିପୋର୍ଟ ଆସିବା ପରେ ତାହାକୁ ଆଧାର କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସର ଏହି ଚଢ଼ଉ ପରେ ଅଞ୍ଚଳରେ ନକଲି ପାର୍ଟସ ବେପାରୀଙ୍କ ମଧ୍ୟରେ ଛନକା ପଶିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande