ମନୋହରପୁରରେ ସେବା ସେତୁ ଅଭିଯାନ
କେନ୍ଦୁଝର, ୧୦ ଅକ୍ଟୋବର (ହି.ସ.) - ଆଜି ପୂର୍ବାହ୍ଣରେ ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମପଂଚାୟତର ସିତାବିଞ୍ଜ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, କେନ୍ଦୁଝରର ନିର୍ଦ୍ଦେଶ କ୍ରମେ ସେବା ସେତୁ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ରାଜ୍ୟ ଓ କ
Setu


କେନ୍ଦୁଝର, ୧୦ ଅକ୍ଟୋବର (ହି.ସ.) - ଆଜି ପୂର୍ବାହ୍ଣରେ ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମପଂଚାୟତର ସିତାବିଞ୍ଜ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, କେନ୍ଦୁଝରର ନିର୍ଦ୍ଦେଶ କ୍ରମେ ସେବା ସେତୁ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୂଚନା, ସୁଫଳ ଓ ସମସ୍ୟାର ତ୍ୱରିତ ସମାଧାନ ସହ ବିଭିନ୍ନ ବିଭାଗକୁ ଗୋଟିଏ ଛତା ତଳେ ରଖି ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଜି ମନୋହରପୁର ଗ୍ରାମପଂଚାୟତ ବ୍ୟତୀତ ରୁଟିଶିଳା ଓ ପିପିଳିଆ ଗ୍ରାମପଂଚାୟତର ହିତାଧିକାରୀଙ୍କ ପାଇଁ ସେବା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ସମସ୍ତ ବିଭାଗ ସହିତ ଘଟଗାଁ ତହସିଲ, ବ୍ଲକ କୃଷି ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘଟଗାଁ, ବ୍ଲକ ପ୍ରାଣୀଧନ ବିଭାଗ, ମତ୍ସ୍ୟ ବିଭାଗ ଓ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରଭୃତି ବିଭାଗର ଅଧିକାରୀ ଓ କର୍ମକର୍ତା ସକ୍ରିୟ ଅଂଶଗ୍ରହଣ କରିବା ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ସହ ତ୍ୱରିତ ସହାୟତା ପ୍ରଦାନ କରିଥିଲେ। ଖବର ଅନୁଯାୟୀ ଆଜି ବାର୍ଦ୍ଧକ୍ୟ ଭତା ୧୫ଟି,ବିକଳାଙ୍ଗ ଭତା ୨ଟି, ଖାଉଟି କାର୍ଡ ୨୪ଟି, ଆୟୁଷ୍ମାନ କାର୍ଡ ୮ଟି ବଂଟନ କାରାଯାଇଥିବା ବେଳେ ଜଣକୁ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ପୁରସ୍କାର ଓ ଜଣକୁ ଶ୍ରେଷ୍ଠ ଅଙ୍ଗନବାଡ଼ି ସହାୟିକା ପୂରସ୍କାର ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ସୌଜନ୍ୟରୁ ୧୪୫ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏତଦଭିନ୍ନ ୧୨ ଟି ଶ୍ରମ କାର୍ଡ ବଂଟନ ହେବା ସହ ୮ ଜଣଙ୍କୁ ସହିଦ ମାଧୋ ସିଂ ହାତପାଣ୍ଠି ଯୋଜନାରେ ସହାୟତା ପ୍ରଦାନ କରାଯାଇଥିଲା । ଜଙ୍ଗଲ ବିଭାଗ ସୌଜନ୍ୟରୁ ୫୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ପଂଚାୟତିରାଜ ପ୍ରତିନିଧିଙ୍କୁ ଚାରା ବଂଟନ କରାଯାଇଥିଲା। ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘଟଗାଁ ତରଫରୁ ଉପସ୍ଥିତ ହିତାଧିକାରୀଙ୍କ ରକ୍ତଚାପ, ରକ୍ତ ଶର୍କରା, ହିମୋଗ୍ଲୋବିନ ସ୍ତର ଆଦି କିଟ ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଖଗେଶ୍ୱର ବରାଳ, ଡାକ୍ତର ମୁକ୍ତିକାନ୍ତ ନାୟକ , ସହକାରୀ ଶ୍ରମ ଅଧିକାରୀ ଘନଶ୍ୟାମ ମହାନ୍ତ, ଏବିଡ଼ିଓ ଚିତରଞ୍ଜନ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କାଳିଦାସ ମୁର୍ମୁ, ସାମାଜିକ ସୁରକ୍ଷା ବିଭାଗର କନିଷ୍ଠ ସହାୟକ ସବିତା ପଣ୍ଡିତ,ବ୍ଲକ ଗ୍ରାମୀଣ ଆବାସ ସେଲର କ୍ଷଣପ୍ରଭା ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାତୀ ସୁଚରିତା ବିଶ୍ୱାଳ, ବରିଷ୍ଠ ନିର୍ବାହୀ ଅଧିକାରୀ ସାରଙ୍ଗଧର ରଣା, ଚିତ୍ରସେନ ମହାନ୍ତ, ଯତୀନ୍ଦ୍ର ପାତ୍ର, ହରପ୍ରିୟା ଦେଓଗାନ, ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋହରପୁର ସରପଂଚ ଦୁଃଶାସନ ନାୟକ, ଏଡ଼ିଇଓ ଭରତ ମହାନ୍ତ ଓ ନରସିଂହ ମାଝୀଙ୍କ ସମେତ ପଂଚାୟତିରାଜ ପ୍ରତିନିଧି ଓ ଜନସାଧାରଣ ଆନୁଷଙ୍ଗିକ ସହଯୋଗ ଯୋଗେଇଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande