ବନ୍ତ ପୋଲିସ ପକ୍ଷରୁ ବାଲ୍ୟ ବିବାହ ସଚେତନତା ଶିବିର
ଭଦ୍ରକ, ୧୦ ଅକ୍ଟୋବର (ହି.ସ.) - ଆଜି ବନ୍ତ କଲେଜ ପରିସରରେ ବନ୍ତ ପୋଲିସ ପକ୍ଷରୁ ବାଲ୍ୟ ବିବାହ ଏବଂ ଆର୍ନ୍ତଜାତୀୟ କୈଶର ଜୁଭେନଟିକା ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଉପସ୍ଥିତ ରହି ବାଲ୍ୟ ବିବାହ ନିରାକରଣ, କୈଶର ସମ୍ବନ୍ଧୀୟ
bonth police balya bibaha sachetanata


ଭଦ୍ରକ, ୧୦ ଅକ୍ଟୋବର (ହି.ସ.) - ଆଜି ବନ୍ତ କଲେଜ ପରିସରରେ ବନ୍ତ ପୋଲିସ ପକ୍ଷରୁ ବାଲ୍ୟ ବିବାହ ଏବଂ ଆର୍ନ୍ତଜାତୀୟ କୈଶର ଜୁଭେନଟିକା ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଉପସ୍ଥିତ ରହି ବାଲ୍ୟ ବିବାହ ନିରାକରଣ, କୈଶର ସମ୍ବନ୍ଧୀୟ ସମସ୍ୟା ଓ ଜୁଭେନଟିକା ଟୀକାର ଉପକାରିତା ନେଇ ସଚେତନତାର ବାର୍ତା ଦିଆଯାଇଥିଲା । ବାଲ୍ୟ ବିବାହର ଅପକାରିତା, ଏହାକୁ ରୋକିବା, କୈଶର ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ-ଗୁରୁତ୍ୱ-ଶିକ୍ଷା, ଲିଙ୍ଗଗତ ସମାନତା ଏବଂ କିଶୋରୀ ସୁରକ୍ଷା, ଅଧିକାର ଓ ମର୍ଯ୍ୟଦା ଉପରେ ବୁଝାଯାଇଥିଲା । ଏହି ଅବସରରେ ମୁଁ ଝିଅମାନଙ୍କୁ ନିଜ ସହ ସମାନ ଭାବିବି, ସେମାନଙ୍କ ଅଧିକାର ଓ ପସନ୍ଦକୁ ସମ୍ମାନ ଦେବି, ଭେଦବାବ ଓ କ୍ଷତିକାରକ ବ୍ୟବହାରକୁ ବିରୋଧ କରିବି, ୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ କେବେ ବିବାହ କରିବି ନାହିଁ , ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ଥାନା ଏସଆଇ ଅସ୍ମିତା ପ୍ରଧାନ ଏବଂ ସରୋଜ ନାୟକଙ୍କ ତତ୍ୱାବଧାନରେ ପରିଚାଳନା କରଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande