ଉନ୍ନତ ପର୍ବାତାରୋହଣ ପ୍ରଶିକ୍ଷଣରେ ଏ ଗ୍ରେଡ ହାସଲ କଲେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ହିରା ଶିସା
ଜୟପୁର, ୧୦ ଅକ୍ଟୋବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ କ୍ୟାଡେଟ ହିରା ଶିସାକୁ ଉନ୍ନତ ପର୍ବାତାରୋହଣ ନିମନ୍ତେ ଆଜି କୁଳପତି ପ୍ରଫେସର ହୃଷିକେଶ ସେନାପତି, କୁଳ ସଚିବ ମହେଶ୍ୱର ନାୟକ, ସିପିଜିସି ପ୍ରଶାନ୍ତ କୁମାର ପାତ୍ର,ଏନସିସି ଅଫିସର ସନ୍ତୋଷିନୀ ମୁଣ୍ଡା ସମ୍ବର୍ଦ୍ଧନା କରିଛନ୍ତି । ଦୃଢ ମ
ଉନ୍ନତ ପର୍ବାତାରୋହଣ ପ୍ରଶିକ୍ଷଣରେ ଏ ଗ୍ରେଡ ହାସଲ କଲେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ହିରା ଶିସା


ଜୟପୁର, ୧୦ ଅକ୍ଟୋବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ କ୍ୟାଡେଟ ହିରା ଶିସାକୁ ଉନ୍ନତ ପର୍ବାତାରୋହଣ ନିମନ୍ତେ ଆଜି କୁଳପତି ପ୍ରଫେସର ହୃଷିକେଶ ସେନାପତି, କୁଳ ସଚିବ ମହେଶ୍ୱର ନାୟକ, ସିପିଜିସି ପ୍ରଶାନ୍ତ କୁମାର ପାତ୍ର,ଏନସିସି ଅଫିସର ସନ୍ତୋଷିନୀ ମୁଣ୍ଡା ସମ୍ବର୍ଦ୍ଧନା କରିଛନ୍ତି । ଦୃଢ ମନବଳ ଉଦମ୍ ସାହାସ ଓ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଇଁରାଜି ବିଭାଗର ଛାତ୍ରୀ ହିରା ଶିଶା । ସିକିମ ସରକାର ଙ୍କ ଅଧିନରେ ଥିବା ଇଣ୍ଡିଆନ ହିମାଳୟମ ସେଂଟର ଫର ଆଡଭେଚର ଆଣ୍ଡ ଇକୋ ଟୁରିଜିମ ପକ୍ଷରୁ ଆୟୋଜିତ ଉନ୍ନତପର୍ବାତାରୋହଣ ପ୍ରଶିକ୍ଷଣରେ ଏ ଗ୍ରେଡ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ହିରା ଶିସା ରାୟଗଡାର ୨ ଓଡିଶା ଗାର୍ଲସ ବାଟାଲିୟନ କ୍ୟାଡେଟ ଭାବେ ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ । ଜାତିୟ କ୍ୟାଡେଟ ଭାବେ ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ । ଜାତିୟ କ୍ୟାଡେଟ କର୍ପସର ମହାନିଦ୍ଦେଷକଙ୍କ ପ୍ରୟୋଜନରେ ଆୟୋଜିତ ଏହି ପ୍ରଶିକ୍ଷଣ ୮ ଏପ୍ରିଲରୁ ୫ ମେ ୨୦୨୬ ଯାଏ ଚାଲିଥିଲା । ପ୍ରଶିକ୍ଷମ ସମୟରେ ହୀରା ପବତା ରୋହଣର ବିଭିନ୍ନ କଠିନ ପରିସ୍ଥିତିର ସାମ୍ନା କରି ନିଜର ମାନସିକ ଦୃଢତା ଶୃଙ୍ଖଳା ଓ ଦଳଗତ ମନୋଭାବ ପ୍ରଦର୍ଶନ କରିଥିଲେ । ପଥର ଚଢିବାସ ବରଫ ଓ ହିମ ଉପରେ ଚଳାଚଳ କରିବା ସହ ପାବତୀୟ ପଦଯାତ୍ରା ରେ ସେ ମୁଲ୍ୟବାନ ଅଭିଛନ୍ନ ହାସଲ କରିଥିଲେ । ଏଥି ସହ ପ୍ରଶିକ୍ଷଣ ସମୟରେ ସେ ୧୮.୪୮୦ ଫୁଟ ଉଚ୍ଚତାରେ ପହଂଚି ନିଜର ସାହାସ ଓ ସାମର୍ଥ୍ୟ ପ୍ରମାଣ ଦେଇଥିଲେ । ତାଙ୍କର ଏହି ଉଲ୍ଲଖନିୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଗାମୀ ପର୍ବାତାରୋହଣ ଅଭିଯାନରେ ଅଂଶଗ୍ରହଣ ପାଇଁ ତାଙ୍କୁ ସୁପାରିଶ କରାଯାଇଛି । ହୀରା ଶିସାଙ୍କ ଏହି ସଫଳତା ବିଶ୍ୱ ବିଦ୍ୟାଳୟ ନିଜ ଜିଲା ତଥା ଏନସିସି ପାଇଁ ଗୌରବର ବିଷୟ ବୋଲି ଏନସିସି ଅଫିସର ସନ୍ତୋଷିନୀ ମୁଣ୍ଡା ସୁଚନା ଦେଇଛନ୍ତି । ତାଙ୍କର ଏହି ଉପଲବ୍ଧି ଅନ୍ୟ ଯୁବପିଡିଙ୍କୁ ସାହାସିକ କ୍ରୀଡା ଓ ପବତାରୋହଣ କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande