
ଭୁବନ, ୧୧ ଅକ୍ଟୋବର(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ୬ ନମ୍ବର ୱାର୍ଡ ବଡ଼ହାଟ ନିବାସୀ ଅବସରପ୍ରାପ୍ତ (ଏସ୍ବିଆଇ) ବ୍ୟାଙ୍କ ଅଫିସର ଲକ୍ଷ୍ମଣ କୁମାର ସାହୁ(୭୫)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଲକ୍ଷ୍ମଣ ବାବୁଙ୍କ ବିୟୋଗ ଖବର ଶୁଣି ବିଧାୟକ ଶତ୍ରୁଘନ ଜେନା ,ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଂଚି ଅନ୍ତିମ ଦର୍ଶନ କରିବା ସହ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ୱର୍ଗତ ଲକ୍ଷ୍ମଣ ବାବୁ ଭୁବନ ଉଚ୍ଚ ବିଦ୍ୟାଳୟ ର ୧୯୬୯ ମାଟ୍ରିକ ବ୍ୟାଚର ଛାତ୍ର ଥିଲେ ଓ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ। ବ୍ୟାଙ୍କ ଚାକିରିରୁ ଅବସର ପରେ ସେ ଶ୍ରୀରାମ ମନ୍ଦିର, ବଡ଼ହାଟ ଲକ୍ଷ୍ମୀ ମନ୍ଦିର ସହିତ ବହୁ ଅନୁଷ୍ଠାନ ସହ ଜଡ଼ିତ ରହିଥିଲେ। ଜଣେ ଅତ୍ୟନ୍ତ ଭଦ୍ର, ଅମାୟିକ, ପରୋପକାରୀ, ସ୍ନେହୀ, ଦୟାଳୁ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ