ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି
ଜୟପୁର, ୧୧ ଅକ୍ଟୋବର(ହି.ସ.) – ଆଜି କୋରାପୁଟ ଜିଲ୍ଳା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଜୟପୁର ଯାଦବ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ସଂପାଦକ
ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି


ଜୟପୁର, ୧୧ ଅକ୍ଟୋବର(ହି.ସ.) – ଆଜି କୋରାପୁଟ ଜିଲ୍ଳା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ମାଗଣା ଆୟୁର୍ବେଦ ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଜୟପୁର ଯାଦବ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ବୈଦ୍ୟ ବସନ୍ତ କୁମାର ସାହୁ, ଶ୍ରୀନିବାସ ପାତ. ରଘୁନାଥ ଅମାନାତ୍ୟ, ରାମନାଥ ଅମାନାତ୍ୟ, ତୁଳା ପୂଜାରୀ ଉପସ୍ଥିତ ରହିଥିଲେ। ବିଶେଷକରି ଆସନ୍ତା ୧୪ ତାରିଖ ଦିନ ଜୟନ୍ତିଗିରି ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଜଡ଼ି, ବୁଟି ଉପରେ ଏକ ଆଲୋଚନା ଚକ୍ର ସହ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏହାର ମୁଳ ଉଦେ୍ଦଶ୍ୟ ଗାଁ ଗାଁରେ ଆୟୁର୍ବେଦର ପ୍ରଚାର ଏବଂ ପ୍ରସାର ମୁଖ୍ୟ ବୋଲି କହିଥିଲେ ଆଇନ ପରାମର୍ଶଦାତା ରାଜେନ୍ଦ୍ର କୁମାର ଗୌଡ଼ କହିଥିଲେ। ଏହି ଅବସରରେ ଗାଁ ବଇଦ ଓ ଦିଶାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ବିଭିନ୍ନ କଂପାନୀର ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ କାଳିଆ ଗୌଡ଼, ଲିଲୁ ପାତ୍ର, ଦିଲିପ ପାତ୍ର, ମଧୁ ଗୌଡ଼ ଉପସ୍ଥିତ ରହିଥିବା ବେଳେ ଶେଷରେ ସହ ସଂପାଦକ ସତ୍ୟ ନାରାୟଣ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande