



ସମ୍ବଲପୁର, ୧୧, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ନିକଟସ୍ଥ ମନାପାଲି ଗ୍ରାମରୁ ଜନୈକା ୧୩ ବର୍ଷୀୟା ନାବାଳିକା ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ନାବାଳିକା ସୁଷମା ଲୁଗୁନ୍ ର ମା’ ବାସନ୍ତୀ ଲୁଗୁନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୮ ତାରିଖରେ ସୁଷମା ଗାଧୋଇବା ପାଇଁ ଘରପାଖ ପୋଖରୀକୁ ଯାଇଥିଲା। ହେଲେ ଦୀର୍ଘ ସମୟ ଅତିବାହିତ ହୋଇଥିଲେ ମଧ୍ୟ ସେ ଆଉ ଘରକୁ ଫେରି ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅର କୌଣସି ସନ୍ଧାନ ପାଇ ନଥିଲେ। ଶେଷରେ ନିଖୋଜ ନାବାଳିକାର
ମା’ ବାସନ୍ତୀ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନାବାଳିକା ଜଣଙ୍କର ଏଭଳି ନିଖୋଜକୁ ନେଇ ପରିବାର ଲୋକେ ଚିନ୍ତିତ ଥିବାବେଳେ ଗ୍ରାମବାସୀ ମଧ୍ୟ ହତବାକ୍ ହୋଇ ପଡିଛନ୍ତି । ନାବାଳିକା ନିଖୋଜ ନେଇ କେତେକ ଏହାକୁ ପ୍ରେମ ସମ୍ପର୍କକୁ ନେଇ ଅପହରଣ କହୁଥିବା ବେଳେ ଏତେ କମ୍ ବୟସରେ ପ୍ରେମ ନା କୌଣସି କାମୁକର ଏହି କାଣ୍ଡ ସେ ନେଇ ଗ୍ରାମରେ ଟୁପୁରୁ ପାପର ଶୁଣିବାକୁ ମିଳୁଛି । ହେଲେ ନିଖୋଜ ଝିଅକୁ ତୁରନ୍ତ ସନ୍ଧାନ କରି ତାଙ୍କୁ ଫେରାଇ ଦେବାପାଇଁ ମା ବାସନ୍ତୀ ଥାନାରେ ପୋଲିସକୁ ଏବଂ ବାହାରେ କିଛି ଗଣମାଧ୍ୟମଙ୍କ ଠାରେ ଗୁହାରି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ