ବେଲପାହାଡ଼ରେ ବିଜେପିର ଯୁବ ସମାବେଶ
BJP youth conclave in Belpahar
ବେଲପାହାଡ଼ରେ ବିଜେପିର ଯୁବ ସମାବେଶ


ଝାରସୁଗୁଡ଼ା, ୧୧ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲା ବେଲପାହାଡ଼ ଖଲଗୁଡ଼ା ସ୍ଥିତ ପୌର କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳାନ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କହିଛନ୍ତି ଯୁବ ବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ, ସର୍ବଦା ମା' ବାପା ଓ ମାତୃଭୂମିର ସେବା ଓ ସମ୍ମାନ କରିବାକୁ ଯୁବ ବର୍ଗଙ୍କୁ ଆହ୍ୱାନ କରିଥିଲେ। ଏଥିରେ ବିଶିଷ୍ଟ ବକ୍ତାଙ୍କ ମଧ୍ୟରେ ମିରର୍ ଥିଏଟରର ନିର୍ଦ୍ଦେଶକ ଡଃ. ସୁବାଷ ଚନ୍ଦ୍ର ପ୍ରଧାନ ଜଣେ ଯୁବକର ସଂଘର୍ଷ ଓ ସଫଳତାର କାହାଣୀ ଶୀର୍ଷକ ଅଭିଭାଷଣ ରଖିଥିବା ବେଳେ ଝାରସୁଗୁଡ଼ା ଜିଲା ଶିଳ୍ପକେନ୍ଦ୍ରର ଜିଏମ୍ ଅରିନ୍ଦମ ପ୍ରଧାନ ସ୍ୱାବଲମ୍ବୀ, ଆତ୍ମନିର୍ଭର ଓ ରୋଜଗାର ଶୀର୍ଷକ ଅଭିଭାଷଣ ରଖିଥିଲେ। ସେହିପରି ଡକ୍ଟର ବବନ ସିଂହ ଦୈନନ୍ଦିନ ଜୀବନର ଆକସ୍ମିକ ଉପଚାର ଶୀର୍ଷକ ଅଭିଭାଷଣ ରଖିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଷ୍ଣୁ ମହାନ୍ତି ସମାଜ ଗଠନ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବକଙ୍କ ଭୂମିକା ଶୀର୍ଷକ ଅଭିଭାଷଣ ରଖିଥିଲେ ଓ ମାନସ ରଞ୍ଜନ ବକ୍ସି ସୋସିଆଲ୍ ମିଡିଆର ଉପଯୋଗିତା ଓ ଆବଶ୍ୟକତା ଶୀର୍ଷକ ଅଭିଭାଷଣ ରଖିଥିଲେ। ବିଜେପିର ବରିଷ୍ଠ ସଦସ୍ୟ ସଞ୍ଜୟ ସିଂହ ମଞ୍ଚ ସଂଚାଳନ କରିଥିବା ବେଳେ ପ୍ରଚଣ୍ଡ ଜୟସ୍ୱାଲ ଅତିଥି ପରିଚୟ ପ୍ରଦାନ ସହ ଯୁବ ବର୍ଗଙ୍କୁ ପ୍ରେରଣାଦାୟକ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କର୍ମକର୍ତାଙ୍କ ମଧ୍ୟରେ ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ବରିଷ୍ଠ ସଦସ୍ୟ ସଞ୍ଜୟ ସିଂହ, ମଣ୍ଡଳ ସଭାନେତ୍ରୀ ମୋନାଲିସା ମୋଦକଙ୍କ ସମେତ ପ୍ରମୋଦ ସେନାପତି, ପ୍ରଚଣ୍ଡ ଜୟସ୍ୱାଲ, ରାଜକୁମାର ଅଗ୍ରୱାଲ, ତପନକାନ୍ତ ଜେନା, କୈଳାଶ ନାଏକ, ରମେଶ ଜୟସ୍ୱାଲ, ତ୍ରିଲୋଚନ ପ୍ରଧାନ, ପ୍ରେମ୍ ପ୍ରକାଶ ସିଂହ, ସନ୍ତୋଷ ଲେଙ୍କା, ବିପ୍ଳବ ଅଗ୍ରୱାଲ, ମଙ୍ଗଳ ସାହୁ, ଚକାନନ ସା, ବିଶାଳ ପତି, ସମୀର ମିଶ୍ର, ଆରତୀ ପଧାନ, ପ୍ରେମ ଅଗ୍ରୱାଲ, ରତ୍ନାକର ସୁନା, ଅମନ ମହାରାଜ ପ୍ରମୁଖ ସହଯୋଗ କରିଥିଲେ। ପରେ କେତେକ ସ୍ଥାନୀୟ ଯୁବକ ବିଜେପିରେ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande