କେନ୍ଦ୍ରାପଡ଼ାରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ରକ୍ତଦାନ ଶିବିର
କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – ରକ୍ତଦାନ ମହତ୍ ଦାନ। ରକ୍ତଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଂଚାଇବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ସୈନିକ ସଂଘ ପକ୍ଷରୁ କାକଟ ମଙ୍ଗଳା ସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ନେତୃ
କେନ୍ଦ୍ରାପଡ଼ାରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ରକ୍ତଦାନ ଶିବିର


କେନ୍ଦ୍ରାପଡ଼ା, ୧୧ ଅକ୍ଟୋବର(ହି.ସ.) – ରକ୍ତଦାନ ମହତ୍ ଦାନ। ରକ୍ତଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଂଚାଇବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ସୈନିକ ସଂଘ ପକ୍ଷରୁ କାକଟ ମଙ୍ଗଳା ସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ସଂଘର ବହୁ ସଦସ୍ୟ ଓ ସଦସ୍ୟା ରକ୍ତଦାନ କରିଥିଲେ। ଏଥିସହ ଚାରିଟେବୁଲ ଟ୍ରଷ୍ଟର ସମାଜସେବୀମାନେ ମଧ୍ୟ ରକ୍ତଦାନ କରି ମହତ୍ କାର୍ଯ୍ୟରେ ସାମିଲ ହୋଇଥିଲେ। ସଂଗଠନର ସମସ୍ତ ପୂର୍ବତନ ସୈନିକଙ୍କ ସହଯୋଗରେ ଏହି ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା। ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବା ପାଇଁ ସଂଘ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande