ଓଡ଼ିଶା ରାଜ୍ୟପାଳଙ୍କ ଦେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ ଅନୁଭୂତି
ଓଡ଼ିଶା ରାଜ୍ୟପାଳଙ୍କ ଦେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ ଅନୁଭୂତି
ଓଡ଼ିଶା ରାଜ୍ୟପାଳଙ୍କ ଦେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ ଅନୁଭୂତି


ସମ୍ବଲପୁର, ୧୧, ଅକ୍ଟୋବର (ହି.ସ.) ଗତକାଲି ଓ ଆଜି ଡେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଅଭୟାରଣ୍ୟଟି ସୁନ୍ଦର ଭାବେ ରକ୍ଷଣାବେକ୍ଷଣ କରାଯାଇଛି ଏବଂ ଏଠାରେ ରହିବା ପାଇଁ ଉତ୍ତମ ବ୍ୟବସ୍ଥା ରହିଛି। କର୍ମଚାରୀମାନେ ମଧ୍ୟ ଭଲ ଭାବେ ପ୍ରଶିକ୍ଷିତ ଓ ସହଯୋଗୀ।

ସଫାରି ଯାତ୍ରା ସମୟରେ ଚିତାବାଘ, ଚିତ୍ରା ହରିଣ, ଭାଲୁ, ବାଇସନ୍, ବନ୍ୟ ଘୁଷୁରି, ସମ୍ବର ଓ ସାପ ଭଳି ବିଭିନ୍ନ ବନ୍ୟପ୍ରାଣୀ ଦେଖିବାର ସୁଯୋଗ ମିଳିଲା। ଏଠାକାର କଟେଜ୍ରେ ରହିବାର ଅନୁଭୂତି ଆରାମଦାୟକ ଥିଲା ଏବଂ ଆତିଥ୍ୟ ମଧ୍ୟ ପ୍ରଶଂସନୀୟ।

ଏହି ପର୍ଯ୍ୟଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଏକ ସକାରାତ୍ମକ ପଦକ୍ଷେପ। ଏହାଦ୍ୱାରା ସ୍ଥାନୀୟ ଯୁବକ ଓ ମହିଳାମାନଙ୍କୁ ରୋଜଗାର ଏବଂ ଜୀବିକାର ସୁଯୋଗ ମିଳୁଛି। ପଡ଼ୋଶୀ ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ଯାତ୍ରା କରି ସେଠାରେ ସୁସ୍ୱାଦୁ ମାଛ ଭଜା ସହ ଜଳଖିଆ ଉପଭୋଗ କରିଥିଲୁ।

ବନ୍ୟପ୍ରାଣୀ ଅଭୟାରଣ୍ୟର ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ଡିଏଫ୍ଓ ମ୍ୟାଡାମ୍ଙ୍କ ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି। ସ୍ଥାନୀୟ ଲୋକଙ୍କୁ ଏହି ଅଭୟାରଣ୍ୟର ବିକାଶ ଓ ସଂରକ୍ଷଣ ପ୍ରକ୍ରିୟାର ଅଂଶୀଦାର କରିବାର ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande